ବୁର୍ଲା: ଗତ ୨୯ ତାରିଖ ଦିନ ବ୍ରଜରାଜନଗର ଗାନ୍ଧୀଛକ ଗୁଳିମାଡ଼ ଘଟଣାରେ ଆହତ ହୋଇ ଭିମ୍ସାର୍ରେ ଚିକିତ୍ସିତ ହେଉଥିବା ଜୀବନ ନାଏକ କ୍ରମେ ସୁସ୍ଥ ହେଉଛନ୍ତି। ତାଙ୍କ ବେକରେ ଏକ ଷ୍ଟିଚ୍ ପଡ଼ିଛି। ୭ ଦିନ ପର ଷ୍ଟିଚ୍ ଖୋଲାଯିବ। ଷ୍ଟିଚ୍ ଖୋଲିଯିବା ପରେ ଜୀବନଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯିବ ବୋଲି ଇଏନ୍ଟି ବିଭାଗୀୟ ମୁଖ୍ୟ ପ୍ରଫେସର ସୌଭାଙ୍ଗିନୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧିଛକ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ବେଳେ ଅନ୍ୟ ଏକ ଗୁଳି ତାଙ୍କ ସମର୍ଥକ ଜୀବନ ନାଏକଙ୍କ ବେକ ପଛପଟେ ଗୁଳି ଘଷି ହୋଇ ଚାଲିଯାଇଥିଲା। ଜୀବନଙ୍କୁ ଝାରସୁଗୁଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭିମ୍ସାର୍କୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଅସ୍ତ୍ରୋପଚାର କକ୍ଷରେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟ ସୌଭାଙ୍ଗିନୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସହକାରୀ ପ୍ରଫେସର ସୁଜାତା ପଣ୍ଡା, ନିଶ୍ଚେତକ ବିଭାଗର ଡାକ୍ତର ଏବଂ ପିଜି ଛାତ୍ରଙ୍କ ଉପସ୍ଥିତିରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ବେକରେ ଗୁଳିର କୌଣସି ଅଂଶ ନଥିବା ସ୍ପଷ୍ଟ ହୋଇଥିବା ବେଳେ ଆବଶ୍ୟକ ଚିକିତ୍ସା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/17.jpg)