ମାହାଙ୍ଗା ଡବଲ ମର୍ଡର: ଆଇଆଇସିଙ୍କୁ କୋର୍ଟଙ୍କ ନୋଟିସ୍‌, ୧୦ ତାରିଖ ମଧ୍ୟରେ ଜବାବ୍‌ ରଖିବାକୁ ନିର୍ଦ୍ଦେଶ

ସାଲେପୁର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସାଲେପୁର ଜେଏମ୍‌ଏଫ୍‌ସି ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଟାନ ନିଆ ନ ଯିବ, ସେନେଇ କାରଣ ଦର୍ଶାଇବା ପାଇଁ ଥାନା ଅଧିକାରୀ ନିହାର ମହାନ୍ତିଙ୍କୁ ଜଣାଇବାକୁ ନୋଟିସ୍ ହୋଇଛି। ଆଇଆଇସି ଆସନ୍ତା ୧୦ ତାରିଖ ମଧ୍ୟରେ ଜବାବ‌ ଦବୋକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ବି ଆଇଆଇସି ନିହାର ମହାନ୍ତି ଡିସେମ୍ବର ୩ ତାରିଖରେ ବ୍ୟକ୍ତିଗତ ହାଜର ସତ୍ତ୍ବେ ସମୟ ନେଇଥିଲେ। ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ନଦେଇ ଆଇଆଇସି ବାରମ୍ବାର ସମୟ ଗଡ଼ାଇ ଚାଲିଥିଲେ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରି ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ।

ସମ୍ବନ୍ଧିତ ଖବର