ରାଜଗାଙ୍ଗପୁର : ରାଉରକେଲା ଅପସରା ହଲ୍ ଠାରେ ଆଜି ଝାଡ଼ଖଣ୍ଡ ମୁକ୍ତି ମୋଚ୍ଏର୍ଚ୍ଚ (ଜେମ୍ଏମ୍)ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଧିରୁଆ ଖାଲଖୋଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ଦଳ ପାଇଁ ତୃଣମୂଳସ୍ତରରେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ରାଜ୍ୟ ଉପ-ସଭାପତି ସେବିଆନ ଆଇନ୍ଦ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ। ଅଗାମୀ ଦିନରେ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ବର୍ତ୍ତମାନ ଠାରୁ ପ୍ରତି ବ୍ଲକ୍ରେ ଓ ପୌରପାଳିକାରେ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜେଏମ୍ଏମ୍ ପକ୍ଷରୁ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ସଂଖ୍ୟା ଲଘୁ ସେଲ୍ ଓ ଛାତ୍ର ମୋର୍ଚ୍ଚା ପରି ଅନେକ କମିଟି ଆଗାମୀ ଦିନ ଗଠନ କରାଯିବାକୁ ମତ ପ୍ରକାଶ ପାଇଥିଲା। ଦେଶରେ ଚାଷୀମାନଙ୍କ ଉପରେ ଆରମ୍ଭ ହୋଇଥିବା ଅତ୍ୟାଚାରକୁ ଦଳ ବରଦାସ୍ତ କରିବ ନାହିଁ ବୋଲି ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଆବଶ୍ୟକ ହେଲେ ଚାଷୀମାନଙ୍କ ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବ ନାହିଁ ବୋଲି ଘୋଷଣା କରା ଯାଇଥିଲା। ବୈଠକରେ ବିଭିନ୍ନ ସ୍ଥାନରୁ ଆସିଥିବା ନେତାମାନେ ନିଜର ମତ ଉପସ୍ଥାପନ କରିଥିଲେ। ବୈଠକରେ ସଂପାଦକ ଖ୍ରୀଷ୍ଟଫର ଖେସ୍, ସୁଖରାମ ଓରାମ, ଡବ୍ଲୁ ସାହୁ, ବିଜୟ ଏକ୍କା, ସତ୍ୟ ଭୂୟାଁ ଓ କାଳିଆ ମାଝିଙ୍କ ସମେତ ଅନ୍ୟ ନେତା ଉପସ୍ଥିତ ଥିଲେ। ବିଜୟ ଲୁଗୁନ ଧନ୍ୟବାଦ ଦେଇଥିଲେ।
ରାଜଗାଙ୍ଗପୁର : ଜିଲ୍ଲା ଜେଏମ୍ଏମ୍ର ସମାବେଶ
/sambad/media/post_attachments/wp-content/uploads/2021/03/jmm-r.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)