ରାଇରଙ୍ଗପୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ଚଳିତ ବିଧାନସଭା ନିର୍ବାଚନରେ ୧୬ଟି ଆସନରେ ପ୍ରାର୍ଥୀ ଦେବ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣ ମଣ୍ଡପଠାରେ ରାଜ୍ୟ ସମ୍ପାଦକ ଦୁବରାଜ ନାଗଙ୍କ ସଭାପତିତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଏହି ଘୋଷଣା ହୋଇଛି। ରାଜ୍ୟର ୬ଟି ଜିଲ୍ଲାରେ ପ୍ରାର୍ଥୀ ଦିଆଯିବ। ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର, ସାରସକଣା, ବାଙ୍ଗିରିପୋଷି, ମୋରୋଡା, ଯଶିପୁର, ବାରିପଦା, ଉଦଳା, କରଂଜିଆ, ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ବଣାଇ, ରାଜଗାଙ୍ଗପୁର, ରଘୁନାଥପାଲି, ବାଲେଶ୍ୱର ଜିଲ୍ଲାର ବସ୍ତା, ଯାଜପୁର ଜିଲ୍ଲାର ସୁକିନ୍ଦା, ଢେଙ୍କାନାଳ ଜିଲ୍ଲାର ପରଜଂଗ ଏବଂ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦିଆଯିବ ବୋଲି ଜେଏମ୍ଏମ୍ କହିଛି। ସେହିପରି ଦଳ ମୟୂରଭଂଜ ଲୋକସଭା ଆସନରୁ ମଧ୍ୟ ଲଢ଼ିବ ବୋଲି ସୂଚନା ଦିଆଯାଇଛି।
ଏହି ଅବସରେରେ ବିଜେଡିର ଶତାଧିକ କର୍ମୀ ଜେଏମଏମରେ ସାମିଲ୍ ହୋଇଛନ୍ତି। ମରୋଡା ନିର୍ବାଚନ ମଣ୍ଡଳୀର ବିଜେଡିର ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ ଦୁଇଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ଜେଏମଏମରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ବିଜେଡିର ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳର ଉପସଭାପତି ହର୍ଷବର୍ଦ୍ଧନ ମୁଦୁଲି, ଜିଲ୍ଲା ଯୁବ ସମ୍ପାଦକ ଅମିର୍ ଖାନ୍, ବରିଷ୍ଠ ବିଜେଡି ନେତା ମନୋଜ୍ ଦାସ୍, ସନ୍ୟାସୀ ସାମନ୍ତ, ପ୍ରମୋଦ ଦାସ, ଅଜିତ କୁମାର ଶେଜପଡା, ମଙ୍ଗଲ ହେମ୍ବ୍ରମ, ବିଜେଡିର ଆଇଟି ସେଲର ଏସ.କଏ ମହମ୍ମଦ ମୁସ୍ତାକ୍, ସରୋଜ ଦାସ, ଲକ୍ଷ୍ମଣ ମୁର୍ମୁ, ସାଗୁଆ ମୁର୍ମୁ, ଶବଚ୍ଚ ମହାନ୍ତ, ହେମନ୍ତ ଦାସଙ୍କ ସମେତ ଶତାଧିକ କର୍ମୀ ଜେଏମଏମରେ ସାମିଲ ହୋଇଛନ୍ତି।
/sambad/media/post_attachments/wp-content/uploads/2024/04/IMG_20240410_155158-scaled.jpg)
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଝାଡଖଣ୍ଡର ରାଜ୍ୟ ପରିବହନ ମନ୍ତ୍ରୀ ଦୀପକ ବିରୁଆ, ମୁଖ୍ୟବକ୍ତା ଭାବେ ଜେଏମଏମର ଓଡିଶା ରାଜ୍ୟ ସଭାପତି ଅଂଜନୀ ସୋରେନ, ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡର ବହଳାଗୋଡ଼ା ବିଧାୟକ ସମୀର ମହାନ୍ତି, ରାଜ୍ୟ ଉପସଭାପତି ଶ୍ୟାମ କିସ୍କୁ, ରାଜ୍ୟ କୋଷାଧକ୍ଷ ରଣଜିତ୍ ସିଂ, ସହସମ୍ପାଦକ ଦିଲ୍ଲୀପ ଦାସ, ସାଙ୍ଗଠନିକ ସମ୍ପାଦକ ସାଲୁ କିସ୍କୁ ପ୍ରମୁଖ ଯୋଗଦେଇ ଥିଲେ।
ସେହିପରି ଜେଏମ୍ଏମ୍ରେ ସାମିଲ ହେଲା ପରେ କୃଷ୍ଣ ଦାସ ଗଣମାଧ୍ୟମକୁ କହିଛନ୍ତି, ଚଳିତ ସାଧାରଣ ନିର୍ବାଚନରେ ଜେଏମଏମ ମୟୂରଭଂଜରେ ସୁନିଶ୍ଚିତ ବିଜୟୀ ହେବ। ଉକ୍ତ ମିଶ୍ରଣ ପର୍ବରେ ଦଳର ଜିଲ୍ଲା ପରିଷଦ ସଦସ୍ୟା ବିଦୁସ୍ମିତା ଦେଓ, ଶୀତଲ କିସ୍କୁ, ମୀନା ସୋରେନ୍, ବାବୁଲୁ ମୁର୍ମୁ, ଲେଠା ତିର୍କୀ, ପତରସ୍ ଇକ୍କା, ସଭାପତି ସୁନୀଲ୍ ମାଝୀ, ସରୋଜିନୀ ମୁର୍ମୁ, କାର୍ଯ୍ୟକାରିଣୀ ସଦସ୍ୟ ଦାରା ସିଂ ମୁଣ୍ଡା, ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପ୍ରବ୍ୟକ୍ତା ସନ୍ତୋଷ କୁମାର ମୁର୍ମୁ, ଭୁବନ ଟୁଡୁ, ଯଶୋବନ୍ତ ବାରିକ, ପୂର୍ବ ମୟୂରଭଂଜ ସଭାପତି ପୃଥ୍ବୀରାଜ ହାଁସଦାଃ, କିଶର ହାଁସଦାଃ, ଆକାଶ ସିଂ, ସନାତନ ମୁର୍ମୁ, ରମେଶ ହାଁସଦାଃ, ଭଗ୍ନଦେବ ସିଂ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁନାରାମ୍ ଟୁଡୁ, କାଳିଚରଣ ଟୁଡୁ, ମଙ୍ଗଲ ମୁର୍ମୁ, ମଧୁସୁଦନ ସାହୁ, ରବୀନ୍ଦ୍ର ହାଁସଦାଃ, ବ୍ରଜମୋହନ ମୁର୍ମୁ, ରଘୁନାଥ ଟୁଡୁ, ଟକଲ ମୁର୍ମୁ, ବନ୍ତା ବାସ୍କେ, ବୁଧରାୟ ହାଁସଦାଃ, ଗୁରୁବା ସୋରେନ, ଶାଙ୍ଖ ବାସ୍କେଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/IMG_20240410_161651.jpg)