ସରପଞ୍ଚଙ୍କ ପରିବାରର ସମସ୍ତଙ୍କୁ ଜବ୍‌କାର୍ଡ! ବିଦେଶ ବୁଲିଛନ୍ତି; କୋଠା ଘର, କାର୍, ସର୍ପି‌ଓ ଥାଇ ବି ଜବ୍‌କାର୍ଡ

କଟକ : କଟକ ଜିଲ୍ଲାରେ ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବାନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ହୋଇଆସୁଛି। ତେବେ ଦୁର୍ନୀତିର ବ୍ୟାପକତା କିଭଳି, କଟକ ଜିଲ୍ଲା ଡମପଡ଼ା ବ୍ଲକ୍ କୁସପଙ୍ଗୀ ପଂଚାୟତରେ ତାହାର ଆଉ ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ପଂଚାୟତର ସରପଞ୍ଚ ଓ ତାଙ୍କ ପରିବାରର ସମସ୍ତଙ୍କ ନାମରେ ଜବ୍‌କାର୍ଡ ରହିଛି। ଅର୍ଥାତ୍‌ ସମସ୍ତେ ହେଉଛନ୍ତି ଶ୍ରମିକ।

ପଞ୍ଚାୟତର ସରପଞ୍ଚ ହେଉଛନ୍ତି ପୁଷ୍ପଲତା ପରିଡ଼ା। ତାଙ୍କ ସ୍ବାମୀ ହେଉଛନ୍ତି, ବ୍ଲକ୍ ବିଜେଡି ସଭାପତି ଅମିତ୍‌ ଜେନା। ତେବେ, ଉଭୟଙ୍କ ନାମରେ ଜବ୍‌କାର୍ଡ ରହିଛି। କେବଳ ସରପଂଚଙ୍କ ସ୍ବାମୀଙ୍କ ନାମରେ ନୁହେଁ, ସରପଂଚଙ୍କ ଶ୍ବଶୁର ତଥା ପଂଚାୟତର କଣ୍ଟ୍ରୋଲ ଡିଲର ଜୟଦେବ ଜେନା, ଶାଶୂ ପୁଷ୍ପଲତା, ଦେଢଶୁର ସମ୍ବିତ୍‌ ଜେନା, ଯା ଦୀପ୍ତିମୟୀ, ନଣନ୍ଦ ଶୁଭଲକ୍ଷ୍ମୀଙ୍କ ନାମରେ ବି ମନରେଗା ଯୋଜନାରେ ଜବ୍‌କାର୍ଡ ରହିଛି।

ପୁଷ୍ପଲତାଙ୍କ ଶାଶୂଙ୍କ ନାମରେ ‌ସ୍କର୍ପିଓ, ବୋଲେରୋ ଭଳି ୩ଟି ଚାରି ଚକିଆ ଗାଡି ରହିଥିବା ବେଳେ ତାଙ୍କ ଦେଢ଼ଶୁର ମେଡିସିନ୍‌ କମ୍ପାନିରେ ମ୍ୟାନେଜର ଭାବେ କାମ କରନ୍ତି। ସେମାନଙ୍କ ନାମରେ କିଭଳି ଜବ୍ କାର୍ଡ ବାହାରିଲା, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସ୍ବଚ୍ଛଳ ବର୍ଗର ଏହି ପରିବାର ଲୋକଙ୍କ ମଧ୍ୟରୁ କିଏ କଣ୍ଟ୍ରୋଲ ଡିଲର ତ କିଏ ମେଡିସିନ୍ କଂପାନି ମ୍ୟାନେଜର୍। କାହା ନାମରେ ତିନି ତିନିଟା ଚାରି ଚକିଆ ଗାଡ଼ି ତ କାହାର କୋଠାଘର। ପରିବାର ଲୋକ ପୁଣି ବିଦେଶ ଭ୍ରମଣ କରିଛନ୍ତି। କିନ୍ତୁ ସମସ୍ତଙ୍କ ନାମରେ ବାହାରିଛି ଜବ୍ କାର୍ଡ ବାହାରିବାକୁ ନେଇ ସାଧରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ସମ୍ବନ୍ଧିତ ଖବର