ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି: ୪ ଶିକ୍ଷକ ବହିଷ୍କୃତ, ୪ ଜଣଙ୍କ ନାଁରେ ଏତଲା

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ରେ ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ୪ ଜଣ ଶିକ୍ଷକଙ୍କୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାକିରିରୁ ବହିଷ୍କାର କରିଛନ୍ତି। ଅନ୍ୟ ୪ ଜଣ ଶିକ୍ଷକଙ୍କ ନାମରେ ବ୍ଲକ୍‌ ଶିକ୍ଷାଧିକାରୀ ଏତଲା ଦାଏର କରିଛନ୍ତି।

ପ୍ରକାଶ୍ୟ ଯେ, ସୂଚନା ଅଧିକାର ଆଇନ ବଳରେ ଶିକ୍ଷକମାନଙ୍କ ସଂପର୍କରେ ତଥ୍ୟ ମଗାଯିବା ପରେ ଜାଲ୍ ସାର୍ଟିଫିକେଟ୍‌ରେ କିଛି ଶିକ୍ଷକ ଚାକରି କରୁଥିବା ଘଟଣା ପଦାକୁ ଆସିଥିଲା। ଏହା ପରେ ଧରାକୋଟ ବ୍ଲକ୍‌ର ୟୁଜିଏଚ୍‌ଏସ୍‌ ବରଦାବାଲି ସ୍କୁଲ୍‌ର ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀର ଅଶେଷ ରୁଦ୍ର ପଣ୍ଡା, ଝିଲିମିଲିର ନାରାୟଣ ବେହେରା ଓ ଝରପରିର ଏସ୍‌.କେ. ପଟ୍ଟନାୟକଙ୍କୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାକିରିରୁ ବହିଷ୍କାର କରିଛନ୍ତି। ସେହିପରି ଚାଞ୍ଚରାପଲ୍ଲୀର ବଳରାମ ବିଷୋୟୀ, ନୂଆସାହି ମାଣିକପୁରର ସନ୍ତୋଷ କୁମାର ନାହାକ, ଘୋଡ଼ାମ୍ବର ସନ୍ତୋଷ କୁମାର ସେଠୀ ଓ ଥୁରୁଥିରାର ବିନୋଦ ବିହାରୀ ସେଠୀଙ୍କ ବିରୋଧରେ ଧରାକୋଟ ଥାନାରେ ବ୍ଲକ୍‌ ଶିକ୍ଷାଧିକାରୀ ଏତଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର