ପୁରୁଷୋତ୍ତମପୁର : ଜାଲ୍ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣେ ଶିକ୍ଷକଙ୍କୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ହେଉଛନ୍ତି, ପୁରୁଷୋତ୍ତମପୁର ଥାନା ରାଜପୁର ଗ୍ରାମ ଏସ.ଧର୍ମାରାଓ ଦୋରା। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।
ଯାଞ୍ଚ ବେଳେ ପୁରୁଷୋତ୍ତମପୁର ବ୍ଲକ୍ରେ ୫ ଜଣ ଶିକ୍ଷକ ଜାଲ ପ୍ରମାଣପତ୍ରରେ ଚାକିରି କରୁଥିବା ଜଣାପଡ଼ିଥିଲା। ଏନେଇ ଗତବର୍ଷ ଅକ୍ଟୋବର ୧୮ ତାରିଖରେ ପୁରୁଷୋତ୍ତମପୁର ଏବିଇଓ ଦଣ୍ଡପାଣି ବେହେରା ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୫୧୦ ଅନୁସାରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଉକ୍ତ ଶିକ୍ଷକମାନେ ଫେରାର୍ ଥିଲେ। ଆଜି ଧର୍ମାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/arrest.jpg)