ଆଜି ବିଜେଡିରେ ମିଶିବେ ଯୋଗେଶ

ଭୁବନେଶ୍ବର: କଂଗ୍ରେସ ବିଧାୟକ ପଦ ଓ ଦଳ ଛାଡ଼ିବା ପରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂହ ଆସନ୍ତାକାଲି ବିଜେଡିରେ ଯୋଗଦେବେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ ଯୋଗଦେବେ ଯୋଗେଶ। ଯୋଗେଶଙ୍କ ସହ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର କିଛି କଂଗ୍ରେସ କର୍ମୀ ମଧ୍ୟ ବିଜେଡିରେ ଯୋଗଦେେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର