ଆଲୋଚନାରେ ଭାଗ ନେବେ, ଭୋଟ୍‌ ଦେଇପାରିବେନି

ଯୋଗେଶ ସିଂହଙ୍କ ସମ୍ପର୍କରେ ବାଚସ୍ପତିଙ୍କ ଘୋଷଣା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଯୋଗେଶ ସିଂହ ଗୃହକୁ ଆସି ଆଲୋଚନାରେ ଭାଗ ନେଇପାରିବେ। କିନ୍ତୁୁ ଗୃହରେ କୌଣସି ଭୋଟ୍‌ ପ୍ରକ୍ରିୟାରେ ଭାଗ ନେଇପାରିବେ ନାହିଁ। ଯୋଗେଶ ସିଂହଙ୍କ ନିର୍ବାଚନ ନେଇ ଚାଲିଥିବା ମାମଲାରେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ପରିପ୍ରେକ୍ଷୀରେ ବାଚସ୍ପତି ପ୍ରଦୀପ ଅମାତ ଆଜି ଗୃହରେ ଏହି ଘୋଷଣା କରିଛନ୍ତି। ଶ୍ରୀ ସିଂହଙ୍କ ଜାତି ସାର୍ଟିଫିକେଟ୍‌ ଜାଲ୍‌ ଦର୍ଶାଇ ହାଇକୋର୍ଟରେ ମାମଲା ଚାଲିଥିଲା। ହାଇକୋର୍ଟ ତାହାର ବିଚାର କରି ଗତ ଜାନୁଆରି ୩୦ ତାରିଖରେ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହା ପରେ ଶ୍ରୀ ସିଂହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିବା ସହ ତାଙ୍କ ସଭ୍ୟ ପଦକୁ କାଏମ୍‌ ରଖିଥିଲେ। ତେବେ ସେ ବିଧାନସଭା ଗୃହରେ କୌଣସି ଭୋଟ୍‌ ଦେଇପାରିବେ ନାହିଁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର