କୁସୁମଙ୍କୁ ମନାଇଲେ, ଯୋଗେଶଙ୍କୁ ନେଲେ

ଟେଟେ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ନିଯୁକ୍ତ, ନବୀନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଲେ ଯୋଗେଶ

ଭୁବନେଶ୍ବର : ୨୦୧୪ ନିର୍ବାଚନରେ ସୁନ୍ଦରଗଡ ଆସନରୁ ବିେଜଡି ପ୍ରାର୍ଥୀ ‌ହୋଇଥିବା କୁସୁମୁ ଟେଟେଙ୍କୁ ରାଜ୍ୟ ସରକାର ଆଜି ଜିଲ୍ଲା ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ବ ତୁଲାଇବେ।

ଏପଟେ ଆଜି ପୂର୍ବତନ କଂଗ୍ରେସ ବିଧାୟକ େଯାେଗଶ ସିଂ ଆଜି ବିେଜଡିରେ େଯାଗଦେଇଛନ୍ତି। ଭୁବନେଶ୍ବରରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାେର ଅନୁଷ୍ଠିତ ମିଶ୍ରଣ ପର୍ବରେ ତଥା କୁସୁଟ ଟେଟେଙ୍କ ଉପସ୍ଥିତିରେ ନିଜର ଶହ ଶହ ସମର୍ଥକଙ୍କ ସହିତ େଯାଗେଶଙ୍କ େଯାଗଦାନ ସଂପର୍କରେ େଘାଷଣା କରାଯାଇଥିଲା। ଏଥିସହିତ ଗତ ସପ୍ତାହେ ଧରି ସୁନ୍ଦରଗଡ ବିେଜଡି ରାଜନୀତିରେ େଯଉଁ ହଟଚମଟ ସୃଷ୍ଟି େହାଇଥିଲା, ସେଥିରେ ପରିସମାପ୍ତି ଘଟିଛି। କୌତୂହଳର କଥା େହଲା, ଆଜି କେଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ରାଉରକେଲାରେ ସାଧାରଣ ସଭା କରିଥିବା ବେଳେ, ତାର କିଛି କ୍ଷଣ ପୂର୍ବରୁ େଯାଗେଶଙ୍କ ବିେଜଡି େଯାଗଦାନକୁ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ େହାଇଛି। ଆଜି ବିେଜଡିେର େଯାଗଦାନ ପରେ େଯାଗେଶ ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରିଥିଲେ। କହିଥିଲେ, ମୁଁ ବିେଜଡିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବାକୁ ଚାହେଁ। ସୁନ୍ଦରଗଡ ଜିଲ୍ଲାର ବିକାଶ େମାର ଲକ୍ଷ୍ୟ। ଆସନ୍ତା ନିର୍ବାଚନରେ ଜିଲ୍ଲାର ୭ଟି ଯାକ ଆସନରେ ବିେଜଡି ବିଧାୟକ ହିଁ ଜିତିବେ। ନବୀନଙ୍କ ସମୟରେ ପଶ୍ଚିମ ଓଡ଼ିଶାର ବିକାଶ ସଂପର୍କରେ ମଧ୍ୟ ସେ ସୂଚାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, େଯାଗେଶ ଜଣେ ଭଲ ସଂଗଠକ। ମୁଁ ତାଙ୍କୁ ସ୍ବାଗତ କରୁଛି। େଯାଗେଶ ଦଳରେ ସାମିଲ ହେବା ପରେ ବିେଜଡି ଆହୁରି ଶକ୍ତିଶାଳୀ େହାଇପାରିବ। ଜିଲ୍ଲାର ବରିଷ୍ଠ େନତା, ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

େଯାଗେଶଙ୍କ ମିଶ୍ରଣକୁ େନଇ ସୁନ୍ଦରଗଡ ବିେଜଡିରେ ଆପତ୍ତି ଉଠିଥିଲା। ଏମିତିକି ଗତ ସପ୍ତାହରେ ସେଠାରେ ହୋଇଥିବା ଏକ ବୈଠକରେ ଅତ୍ୟନ୍ତ ଅଭାବନୀୟ ପରିସ୍ଥିତି ସୃଷ୍ଟି େହାଇଥିଲା। ଏମିତିକି ଉଭୟ ପ୍ରଣବ ଓ ପ୍ରଶାନ୍ତ ବୈଠକ ଛାଡି ଚାଲିଆସିଥିଲେ। ହେଲେ ଆଜି ଏହି ମିଶ୍ରଣ ପର୍ବରେ କୁସୁମ-େଯାଗେଶଙ୍କ ସହିତ ଜିଲ୍ଲାର ଅନ୍ୟ େନତାମାେନ ବି ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନବୀନଙ୍କ ସପକ୍ଷରେ ବାରମ୍ବାର ମନ୍ତବ୍ୟ ଦେବା ସହ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଯୋଗେଶଙ୍କୁ ନିଲମ୍ବନ କରିଥିଲା। ଯୋଗେଶ ଏଥିରେ କ୍ଷୁବ୍ଧ ହୋଇ କଂଗ୍ରେସ ଦଳ ପରିତ୍ୟାଗ କରିବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

ସମ୍ବନ୍ଧିତ ଖବର