ବିଧାୟକ ପଦରୁ ଯୋଗେଶଙ୍କ ଇସ୍ତଫା ଗୃହୀତ ନେଇ ବିଜ୍ଞପ୍ତି

ବାଚସ୍ପତିଙ୍କଠାରୁ ତାରିଖ ମାଗିଲେ ନବ ଦାସ

ଭୁବନେଶ୍ବର : ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ଇସ୍ତଫାପତ୍ର ଗୃହୀତ ହେବା ନେଇ ବିଧାନସଭା ସଚିବାଳୟ ବିଜ୍ଞପ୍ତି ଜାରି କରିଛି। ବିଧାନସଭା ସଚିବ ଅମିୟ କୁମାର ଷଡଙ୍ଗୀ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ସେ ଉଲ୍ଲେଖ କରିଛନ୍ତି ଯେ ଗତ ୨୨ ତାରିଖରେ ଶ୍ରୀ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କର ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିଛନ୍ତି। ଏହା ଫଳରେ ସୁନ୍ଦରଗଡ଼ ବିଧାନସଭା ଆସନ ଖାଲି ପଡ଼ିଛି।

ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଚିଠି ଲେଖି ବିଧାୟକ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତିି। ଏଥିପାଇଁ ବାଚସ୍ପତି ତାରିଖ ଧାର୍ଯ୍ୟ କଲେ ସେ ତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଶ୍ରୀ ଦାସ ଜଣାଇଛନ୍ତି।

ସମ୍ବନ୍ଧିତ ଖବର