ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ, ଶୀଘ୍ର ବିଜେଡିରେ ଯୋଗଦେବେ!

ଭୁବନେଶ୍ବର : ଆଜି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି। ଗତ ୧୭ ତାରିଖରେ ତାଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରାଯାଇଥିଲା। ଏହା ପରେ ସେ ଦଳରୁ ଇସ୍ତଫା ଦେଇଥିଲେ। ଖୁବଶୀଘ୍ର ସେ ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ଶ୍ରୀ ସିଂହ ବିଧାୟକ ପଦରୁ ଇସ୍ତଫାପତ୍ର ଦେଇଥିଲେ। ସୁନ୍ଦରଗଡ଼ ବିଧାୟକ ଭାବେ ସେ ୨୦୦୯ ମସିହାରୁ କଂଗ୍ରେସ ଟିକେଟ୍‌ରୁ ବିଜୟୀ ହେଉଛନ୍ତି। କିନ୍ତୁ ଝାରସୁଗୁଡ଼ାର ପୂର୍ବତନ କଂଗ୍ରେସ ବିଧାୟକ ତଥା ଦଳର କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ହାତ ଛାଡ଼ି ଦେବା ପରେ ସୁନ୍ଦରଗଡ଼ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିବେ ବୋଲି ଚର୍ଚା ହୋଇଥିଲା। ବିଭିନ୍ନ ସମୟରେ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବା ସହିତ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର