ସୋନପୁର : ଡିଆରଡିଏ ସମ୍ମିଳନୀ କକ୍ଷରେ ସୋନପୁର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ଏସପି ଅମରେଶ ପଣ୍ଡା ଶିବିରରେ ଯୋଗଦେଇ ବିଭିନ୍ନ ଅଭିଯୋଗ ଓ ସମସ୍ୟାନିହିତ ୨୪ଟି ପଞ୍ଜୀକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ୨୨ଟି ବ୍ୟକ୍ତିଗତ ଏବଂ ୨ଟି ସାମୂହିକ ଦରଖାସ୍ତ ମଧ୍ୟରୁ ୪ଟିର ସମାଧାନ କରାଯାଇଛି। ଅନ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ନିହାର ରଞ୍ଜନ କହଁର, ସୋନପୁର ଉପଜିଲ୍ଲାପାଳ ଡ. ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି, ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ ଜେନା, ଅବକାରୀ ଏସପି ସୁମତି ତ୍ରିପାଠୀ, ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଳା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା, ସୋନପୁର ପୌରାଧିକାରୀ ସୂର୍ଯ୍ୟାଂଶୁ ରୁଟ, ବିଭିନ୍ନ ଜିଲ୍ଳାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକସ୍ତରୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/subernpur.jpg)