ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଆପତ୍ତି, ଅଭିଯୋଗ ଆଦି ଶୁଣାଣି କରିଥିଲେ।
ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କେତେକ ପ୍ରସ୍ତାବ ଆସିଥିଲା। ଏହାକୁ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଥିଲା।
କୁଆରମୁଣ୍ଡାଠାରେ ଅନୁଷ୍ଠିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜନଶୁଣାଣିରେ ମୋଟ ୮୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୨ଟି ଅଭିଯୋଗର ସମାଧାନ ଜନଶୁଣାଣି କାର୍ଯ୍ୟକ୍ରମରେ ହିଁ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କୁଆରମୁଣ୍ଡା ବ୍ଳକର ୨୦ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ସହିତ ବୀରମିତ୍ରପୁର ପୌରପାଳିକାର ୧୧ଟି ୱାର୍ଡରୁ ଲୋକମାନେ ବିଭିନ୍ନ ଅଭିଯୋଗ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣିଥିଲେ। ସେଥିମଧ୍ୟରେ ସ୍ୱାସ୍ଥ୍ୟ, ପରିମଳ, ଆବାସ ଯୋଜନାରେ ଘର, ରାସ୍ତା, ଡ୍ରେନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ, ଜମିଜମା ସଂକ୍ରାନ୍ତୀୟ, ପୋଖରୀ ପୁନରୁଦ୍ଧାର ଆଦି ରହିଥିଲା।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଚିକିତ୍ସା ସହାୟତା ପାଇଁ ପ୍ରଶାସନ ଜରିଆରେ କେତେକ ହିତାଧିକାରୀ ଆବେଦନ କରିଥିଲେ। ଏହି ଜନଶୁଣାଣି କାର୍ଯ୍ୟକ୍ରମ ବେଳେ ଚାରି ଜଣ ହତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆସିଥିବା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହାସହ ୪ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା।
/sambad/media/post_attachments/wp-content/uploads/2022/08/12-21.jpg)
ଏହି କାର୍ଯ୍ୟକ୍ରମରେ ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସରୋଜିନୀ ପ୍ରସନ୍ନ କୁଲୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀରାଣୀ ନାୟକ, କୁଆରମୁଣ୍ଡା ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା, ବିଡିଓ ତୃପ୍ତି ବାରା, ପାନପୋଷ ତହସିଲଦାର ରାଜେଶ କୁମାର ସାହୁଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/11-23.jpg)