ପୁରୀ: ରଥଯାତ୍ରା ସମୟରେ ଲାଗିବ ଗର୍ଭଗୃହ କଳାହାଟ ଦ୍ବାର। ଏହାସହ ଗର୍ଭଗୃହ, ନାଟମଣ୍ଡମ, ଭୋଗମଣ୍ଡପ, ରୋଷଘର ଆଦିର ଆବଶ୍ୟକ ମରାମତି ହେବ। ଶ୍ରୀମନ୍ଦିର ବାହାର ପାର୍ଶ୍ବର ବି ଆବଶ୍ୟକ ମରାମତି ହେବ। ସବୁ କାମର ଭିଡିଓଗ୍ରାଫି କରାଯିବ। ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଗତବର୍ଷ ରଥଯାତ୍ରା ସମୟରେ ଗର୍ଭଗୃହକୁ ବାଦ୍ଦେଲେ ଶ୍ରୀମନ୍ଦିର ଭିତର ଓ ବାହାରର ବିଭିନ୍ନ ସ୍ଥାନର ଲେଜର୍ ସ୍କାନିଂ କରାଯାଇଥିଲା। କିନ୍ତୁ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଏହାର ରିପୋର୍ଟ ପ୍ରଦାନ କରିନି। ଲେଜର ସ୍କାନିଂରୁ କ’ଣ ସ୍ଥିତି ଜଣାପଡ଼ୁଛି, ତାହା ଅବଗତ କରିନି। ଏହାକୁ ନେଇ ଆଜିର ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍ଶୀଘ୍ର ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ଏହି ରିପୋର୍ଟ ଦାଖଲ ନ କରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଗର୍ଭଗୃହ ଓ ଅନ୍ୟାନ୍ୟ ସ୍ଥାନର ଲେଜର ସ୍କାନିଂ ନ କରିବାକୁ ନିଷ୍ପତ୍ତି ହୋଇଛି।
ରୁପା ଆଚ୍ଛାଦିତ କଳାହାଟ ଦ୍ବାର ଲାଗିବ
ଗତବର୍ଷର ଲେଜର ସ୍କାନିଂ ରିପୋର୍ଟକୁ ନେଇ ଅସନ୍ତୋଷ
ଆଜି ରାତିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ବିଭିନ୍ନ ମରାମତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଅରୁଣ ମଲ୍ଲିକ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/38-4.jpg)