ଘଟଗାଁ : ଦିନକୁ ଦିନ କୋଭିଡ ପଜିଟିଭଙ୍କ ସଂଖ୍ୟା ବଢିବା ସହ ଅମାନିଆଙ୍କ ନିୟମ ଉଲ୍ଲଂଘନ ପ୍ରଶାସନର ମୁଣ୍ଡବଥାର କାରଣ ହେଇଛି। ଏମାନଙ୍କୁ ସାବାଡ଼ କରିବାକୁ ମିଳିତ ଚଢ଼ଉ ଅବ୍ୟାହତ ରହିଛି। ବୁଧବାର ଦିନ ଘଟଗାଁ ବଜାରରେ ବିନା କାରଣରେ ବୁଲୁଥିବା ଅମାନିଆଙ୍କୁ ଜରିମାନା କରିବା ସହିତ ସେମାନଙ୍କ ଗାଡ଼ିଗୁଡିକୁ ଜବତ କରାଯାଇଛି। ଚଢ଼ଉ ବେଳେ ୧୫ଟି ଗାଡ଼ି ଜବତ କରାଯାଇଥିବା ବେଳେ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଜବତ ଗାଡ଼ିଗୁଡ଼ିକୁ ଥାନା ପରିସରରେ ରଖାଯାଇଛି।
ତହସିଲଦାର ଜନକ ନାୟକ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ ଓ ଆଇଆଇସି ଶ୍ୟାମଘନ ବେହେରା ପ୍ରମୁଖଙ୍କ ମିଳିତ ଚଢ଼ଉ ଅମାନିଆଙ୍କ ନିଦ ହଜେଇ ଦେଇଥିଲା। ଅନେକ ଲୋକ ଅଧା ବାଟରୁ ଫେରିଯାଉଥିବା ଦେଖିବାକୁ ମିଳିଥିଲା। ପରେ ପଣ୍ଡାପଡା ଓ ଢେଙ୍କିକୋଟ ବଜାର ଏବଂ ଅଧିକାଂଶ ଗ୍ରାମାଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। କୋଭିଡ ଭୟାବହତା ପରିପ୍ରେକ୍ଷୀରେ ଆଗକୁ ଅଧିକରୁ ଅଧିକ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ତରଫରୁ ସ୍ପଷ୍ଟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/ghat-goan.jpg)