ଯୋରନ୍ଦା : ଯୋରନ୍ଦା ମହିମା ଗାଦିରେ ମହିମା ଧର୍ମର ମହାକୁମ୍ଭ ଭାବେ ପରିଚିତ ବିଶ୍ବପ୍ରସିଦ୍ଧ ମେଳା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏକ ସପ୍ତାହ ଧରି ଚାଲିବାକୁ ଥିବା ଏହି ମେଳା ମାଘ ଚତୁର୍ଦ୍ଦଶୀ ଓ ପ୍ରଭୁ ପୂର୍ଣିମା ଉତ୍ସବ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୧୪୬ତମ ଉତ୍ସବ ପାଳିତ ହେଉଛି। ମୁଖ୍ୟ ଗାଦି ମନ୍ଦିରରେ ଆସନ୍ତାକାଲି ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ବହୁ ପ୍ରତୀକ୍ଷିତ ଝାଡ଼ଦୀପ ପ୍ରଜ୍ଜ୍ବଳିତ ହେବ ା ମେଳା ପାଇଁ ଓଡ଼ିଶାର କୋଣ ଅନୁକୋଣ, ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ମଧୢପ୍ରଦେଶ ସମେତ ପେଡ଼ାଶୀ ନେପାଳ, ଭୁଟାନ ଦେଶର ମହିମାଭକ୍ତମାନେ ହଜାରହଜାର ସଂଖ୍ୟାରେ ଆସି ମହିମାଗାଦିରେ ପହଞ୍ଚିଗଲେଣି ା ବ୍ୟାପକ ସାଜସଜ୍ଜା ଓ ରଂଗବେରଂଗ ଆଲୋକମାଳା ସାଙ୍ଗକୁ ସାଧୁସନ୍ଥମାନଙ୍କ ଉପସ୍ଥିତିରେ ସମଗ୍ର ଅଂଚଳ ହୋଇଉଠିଛି ଉତ୍ସବମୁଖର।
Advertisment
Sambad is now on WhatsApp
Join and get latest news updates delivered to you via WhatsApp