ଧଣ୍ଡାମୁଣ୍ଡା: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବରିଷ୍ଠ ସାମ୍ବାଦିକ ତଥା ପରିବେଶ କର୍ମୀ ଡ: ଅଭୟ ତ୍ରିପାଠୀଙ୍କୁ ଉପଖଣ୍ଡ ସ୍ତରୀୟ ମୂଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନରେ ଜିଲ୍ଲା ସ୍ତରୀୟ ବିଶ୍ଵ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି।
ବଲାଙ୍ଗୀର ଡିଏଫ୍ଓଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଡିଏଫ୍ଓ ଅଜିତ କୁମାର ବିଶି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସବୱାଲ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଓଏଭି ଅଧକ୍ଷ କ୍ଷମାନିଧି ଝାଙ୍କରା, ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଅରିନ୍ଦମ ପରିଚ୍ଛା, କବି ରସରାଜ ଅଚ୍ୟୁତ ପୁରୋହିତ, ପରିବେଶ ବିତ୍ କୁଳମଣୀ ସାହୁ , ଏସିଏଫ୍ ମନୋଜ ବେହେରା, ଏ ପଣ୍ଡା ,ଅରବିନ୍ଦ ନାଏକ ପ୍ରାମୁଖ ଯୋଗଦେଇଥିଲେ।
ଏହି ଜିଲ୍ଲାର ସାମ୍ବାଦିକ ତଥା ପରିବେଶ କର୍ମୀ ଡ: ତ୍ରିପାଠୀଙ୍କୁ ମୂଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନ ରେ ପୁଷ୍ପଗୁଚ୍ଛ,ମାନପତ୍ର , ଉପଢୌକନ ସହିତ ୨୫ହଜାର ଟଙ୍କାର ଚେକ୍ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ସେହିପରି ଜିଲାର ଅନ୍ୟ ଦୁଇଜଣଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କିଛି ବନବିଭାଗ ଅଧିକାରୀ ଓ ବନ କର୍ମଚାରୀଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ କୃତି ଛାତ୍ରଛାତ୍ରୀଙ୍କୁ ମଧ୍ଯ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି।
ସରୋଜ ମିଶ୍ର