ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର : ବିଜନେସ୍‌ ଷ୍ଟାଣ୍ଡାର୍ଡର ରେସିଡେଣ୍ଟ ଏଡିଟର୍‌ ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀ(୫୬)ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ଆଜି ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ପରିବାରଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ବହୁ ବରିଷ୍ଠ ସାମ୍ବାଦିକ ହସ୍ପିଟାଲରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।

କଟକ ରେଭେନ୍ସା କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଶତପଥୀ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ପକ୍ଷରୁ ପ୍ରକାଶିତ ଇଂରାଜି ଦୈନିକ ସମ୍ବାଦପତ୍ର ‘ସନ୍‌ଟାଇମ୍‌ସ’ରୁ ନିଜର ସାମ୍ବାଦିକତା କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହାପରେ ସେ ଇଂରାଜୀ ବାଣିଜ୍ୟ ସମ୍ବାଦପତ୍ର ବିଜନେସ୍‌ ଷ୍ଟାଣ୍ଡାର୍ଡରେ ଯୋଗ ଦେଇଥିଲେ। ଅର୍ଥନୀତି ଓ ବ୍ୟବସାୟ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଗଭୀର ଦକ୍ଷତା ଥିଲା।

ସମ୍ବନ୍ଧିତ ଖବର