ସମ୍ବଲପୁର: ଶନିବାର ରାତି ସାଢ଼େ ୯ଟାରେ ମାନେଶ୍ବରରେ ଏକ ସଡ଼କ ଦୁର୍ଘଟଣାରେ ‘ସମ୍ବାଦ’ର ଯୁଯୁମୁରା ବ୍ଲକ ପ୍ରତିନିଧି ବିଜୟ ସ୍ବାଇଁ ଆହତ ହୋଇଛନ୍ତି। ବିଜୟ ସମ୍ବଲପୁରରୁ ବାଇକ୍ ଯୋଗେ ତାଙ୍କ ଗାଁ ଭବାନୀପାଲିକୁ ଫେରୁଥିଲେ। ମାନେଶ୍ବରରେ ଏକ ଗାଈ ଅଚାନକ ବାଇକ୍ ସମ୍ମୁଖକୁ ଚାଲି ଆସିବାରୁ ସେ ପଡ଼ି ଯାଇଥିଲେ।
ତାଙ୍କ ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ପିଠିରେ ତାଙ୍କ ମାଡ଼ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/accident.jpg)