ଭୁବନେଶ୍ୱର : ଖଣ୍ଡଗିରି-ଆମ୍ରି ହସ୍ପିଟାଲ୍ ରାସ୍ତାରେ ଶନିବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାସ୍ଥିତ ଅନ୍ଦୁଳି ଗାଁର ଜିତେନ୍ଦ୍ର ପ୍ରସାଦ ଦାସ(୪୨)। ସେ ଦୈନିକ ‘ପ୍ରମେୟ’ ଖବରକାଗଜରେ ବରିଷ୍ଠ ସହସଂପାଦକ ଭାବେ କାର୍ଯ୍ୟ କରୁଥିଲେ।
ଖବର ଅନୁଯାୟୀ, ଜିତେନ୍ଦ୍ର ରବିବାର ରାତିରେ ଖଣ୍ଡଗିରି ପାହାଡ଼ ନିକଟରେ ଥିବା ଓଏସ୍ଆର୍ଟିସି ବସ୍ ଡିପୋ ସମ୍ମୁଖରେ ଚାଲିକି ଯାଉଥିବା ବେଳେ ଜଣେ ଡାକ୍ତର ବାଇକ୍ରେ ଦ୍ରୁତଗତିରେ ଆସି ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଜିତେନ୍ଦ୍ର ଛିଟିକି ଯାଇ ପାଖ ଡିଭାଇଡରରେ ପିଟି ହୋଇଥିଲେ। ତାଙ୍କ ମୁଣ୍ଡ ଡିଭାଇଡରରେ ପିଟି ହେବା ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା। ଭରତପୁର ଥାନା ପୁଲିସ ଡାକ୍ତରଖାନା ଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ପୁଲିସ ଜବତ କରି ଏକ ମାମଲା ରୁଜୁ କରିଛି। ଜିତେନ୍ଦ୍ରଙ୍କ ମୃତ୍ୟୁରେ ସମଗ୍ର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/subeditor.jpg)