ଘେଁସ : ସଂଗଠକ ତଥା ସାମ୍ବାଦିକ ନଟବର ସାହୁ(୭୧)ଙ୍କ ଗୁରୁବାର ସକାଳେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ଥିବାରୁ ବରଗଡ଼ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ। ଜନ୍ମମାଟି ‌ସୋହେଲା ବ୍ଲକ୍‌ ବିରଜାମ ଗାଁରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତାଙ୍କ ଏକମାତ୍ର ପୁତ୍ର ବିଶ୍ବନାଥ ସାହୁ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ପଛକୁ ତାଙ୍କ ପତ୍ନୀ କୁମୋଦିନି, ଝିଅ ରିତା, ପୁଅ ବିଶ୍ବନାଥ, ପୁତ୍ରବଧୂ ତଥା ସ୍ଥାନୀୟ ସରପଂଚ ଶ୍ରଦ୍ଧାଞ୍ଜଳି ଓ ନାତି ନାତୁଣିଙ୍କୁ ଛାଡ଼ି ଯାଇଛନ୍ତି।

Advertisment

ସୋହେଲା ବିଡିଓ ବିଶ୍ବନାଥ କର, ବରିଷ୍ଠ ନେତା ସୁଶାନ୍ତ ମିଶ୍ର, ବାବୁଲୁ ଦେବତା, ସାମ୍ବାଦିକ ଅନିଲ ପଧାନ, ପୂର୍ବତନ ବିଧାୟକ ମହମ୍ମଦ ରଫିକ ପ୍ରମୁଖ ଶବାଧାରରେ ସାମିଲ ହୋଇଥିଲେ। ତାଙ୍କ ପରଲୋକରେ ଅତାବିରା ବିଧାୟିକା ସ୍ନେହାଙ୍ଗିନି ଛୁରିଆ, ସ୍ତମ୍ଭକାର ସୁଶାନ୍ତ ମିଶ୍ର, ସାହିତ୍ୟିକ ଅଶୋକ ପୁଜାହାରୀ, ପଦ୍ମପୁର ସାମ୍ବାଦିକ ସଂଘର ସଂପାଦକ କ୍ଷମାନିଧି ନାୟକ, ସାମ୍ବାଦିକ ବୃନ୍ଦ, ସମ୍ବାଦ ପରିବାର, ସ୍ଥାନୀୟ ସାମ୍ବାଦିକ ସଂଘର ସଦସ୍ୟବୃନ୍ଦ, କାର୍ଯ୍ୟନିବାର୍ହୀ ସଂଘର ସଦସ୍ୟବୃନ୍ଦ, ଗ୍ରାମବାସୀ ପ୍ରମୁଖ ଗଭିର ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ସାହୁ ଗ୍ରାମପଂଚାୟତ ବିଭାଗରେ ଚାକିରି ଜୀବନ ଅତିବାହିତ କରିବା ପରେ ବିଭିନ୍ନ ସାଂଗଠନିକ ଦିଗରେ ସକ୍ରିୟ ଥିଲେ। ତାଙ୍କର ଉଦ୍ୟମରେ ବିର୍‌ଜାମ ହାଇସ୍କୁଲ, ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା। ‘ସମ୍ବାଦ’ର ଜଣେ ବରିଷ୍ଠ ପ୍ରତିନିଧି ଭାବରେ ଘେଁସ ଅଂଚଳରେ ସକ୍ରିୟ ଥିଲେ। ଓଡ଼ିଶା ଗ୍ରାମ ପଂଚାୟତ ସଂଘର ପୂର୍ବତନ ରାଜ୍ୟ ଉପସଭାପତି, ବିରଜାମ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଭାପତି ସମେତ ବିଭିନ୍ନ ପଦ ପଦବୀରେ ସେ ରହିଆସିଛନ୍ତି। ସଂପ୍ରତି ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ ଉପେଦେଷ୍ଟା ସଂଘର ସଦସ୍ୟ ଭାବରେ କାର୍ଯ୍ୟରତ ଥିଲେ।