ମାଲକାନଗିରି: ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ (ଏମୟୁଜେ) ତରଫରୁ ଓଡ଼ିଶା ସରକାରଙ୍କ ଗଣଶିକ୍ଷା, ଆଦିବାସୀ ଓ ହରିଜନ ଉନ୍ନୟନ, ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ବଳଭଦ୍ର ମାଝୀ ଏବଂ ମାଲକାନଗିରି ତଥା ଚିତ୍ରକୋଣ୍ଡାର ନବନିର୍ବାଚିତ ବିଧାୟକ ନରସିଂହ ମାଡକାମି ଏବଂ ମଙ୍ଗୁ ଖିଲଙ୍କୁ ଏମ ୟୂ ଜେର ସଭାପତି ଦେବପ୍ରସାଦ ଦାଶଙ୍କ ନେତୃତ୍ୱରେ ଏମ ୟୂ ଜେ ଭବନକୁ ସ୍ବାଗତ କରାଯାଇଥିଲା। ଏମ ୟୂ ଜେ ଭବନରେ ସାମ୍ବାଦିକ ତଥା କର୍ମକର୍ତ୍ତାମାନଙ୍କ ସହ ଦୀର୍ଘ ଏକଘଣ୍ଟା ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତା'ର ସମାଧାନ କିପରି କରାଯିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥଲେ।
ଏହି ଆଲୋଚନାରେ ମାଲକାନଗିରି ଜିଲ୍ଲାରେ ଥିବା ସ୍କୁଲ ଗୁଡ଼ିକରେ ଯଥେଷ୍ଟ ସଂଖ୍ୟାକ ଶିକ୍ଷକ ନିଯୁକ୍ତି, ସ୍କୁଲ ଘର ଗୁଡ଼ିକର ମରାମତି ଓ ନୁତନ ଗୃହ ନିର୍ମାଣ, ମାଲକାନଗିରି ଠାରୁ ଜୟପୁର ଏବଂ ଭଦ୍ରାଚଲମ ପର୍ଯ୍ୟନ୍ତ ରେଳପଥ ସଂଯୋଗ, ବିମାନ ଚଳାଚଳ, ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନ ସକାଶେ ସପ୍ତଧାରା ଏବଂ କୋଲାବ ବହୁମୁଖୀ ଯୋଜନାର ସଫଳ ରୂପାୟନ, ଜିଲ୍ଲାର ଶିକ୍ଷିତ ଏବଂ ବେକାର ଯୁବକଯୁବତୀଙ୍କ ପାଇଁ କର୍ମନିଯୁକ୍ତି,ବି, ଇଡି କଲେଜ ଚାଲୁ କରିବା, ରାଞ୍ଚି ବିଜୟବାଡ଼ା ରାସ୍ତାକୁ ଚାରି ଲେନ ବିଶିଷ୍ଟ କରିବା ଇତ୍ୟାଦି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଏବଂ ସାଂସଦ ପ୍ରକାଶ କରିଥିଲେ।
ସୋମବାର ରାତିରେ ଏମ ୟୂ ଜେ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଯେପରି କର୍ମକ୍ଷେତ୍ରରେ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା,ପେନସନ ପ୍ରଦାନ ବିଷୟରେ ମଧ୍ୟ ଆଜି ପୁନଃ ଆଲୋଚନା କରାଯାଇଥିଲା।ମନ୍ତ୍ରୀ ଏବଂ ବିଧାୟକମାନେ ଏହି ବିଷୟକୁ ମଧ୍ୟ ଗୁରୁତ୍ବର ସହ ବିଧାନସଭାରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।ଏହି ଆଲୋଚନାରେ ଏମ ୟ ଜେ ର ଉପସଭାପତି ସତ୍ୟନାରାୟଣ ପଣ୍ଡା, ଉପଦେଷ୍ଟା ଶିବ ପ୍ରସାଦ କୀର୍ତ୍ତନିୟା, ଜୀତେନ୍ଦ୍ର ବେଉରା, ଦେବବ୍ରତ ସାନା,ଇ, ଈଶ୍ୱର ରାଓ, ଅସିମ ବିଶ୍ଵାସ, ପ୍ରକାଶ ପଟ୍ଟନାୟକ, ଶଙ୍କର ପାଲ, କୃଷ୍ଣ ରାୟ, ଚକ୍ରଧର ପଟ୍ଟନାୟକ, ଗୋବିନ୍ଦ ମଣ୍ଡଲ, ଯଦୁପତି ମହାନ୍ତି, ବିକ୍ରମ ପାଢ଼ୀ, ୱରା ଲକ୍ଷ୍ମୀ, ଲକ୍ଷ୍ମୀ ତ୍ରୀପାଠୀ, ସନ୍ତୋଷ ନାୟକଙ୍କ ସହିତ ମାଲକାନଗିରି ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ନିହାର ରାୟ, କମଲେଶ ରାୟ, ସଞ୍ଜୟ ସରକାର, ମାନିକଲାଲ ଚକ୍ରବର୍ତ୍ତୀ ଏବଂ ନବଘନ ଲୋକେଇ ମଧ୍ୟ ଉପସ୍ଥିତ ଥିଲେ।