ସୁରକ୍ଷା ଆଇନ୍‌ ଦାବି ନେଇ ଲୋୟର ପିଏମଜିରେ ଧାରଣ ଦେଲେ କାର୍ଯ୍ୟରତ ସାମ୍ବାଦିକ

ଭୁବନେଶ୍ୱର: ସୁରକ୍ଷା ଆଇନ୍‌ ଦାବି ନେଇ ମଙ୍ଗଳବାର ଲୋୟର ପିଏମ୍‌ଜିରେ କାଯ୍ୟରତ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ପାଇଁ କାମ କରୁଥିବା ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ତେଣୁ ସରକାର ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ନୀତି ପ୍ରସ୍ତୁତ କରନ୍ତୁ ବୋଲି ଦାବି ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ହୋଇଥିବା ସାମ୍ବାଦିକମାନେ ଶାନ୍ତିପୂର୍ଣ୍ଣ ଧାରଣାରେ ରାଜ୍ୟର ଅଧିକାଂଶ ଜିଲ୍ଲାରୁ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ ହୋଇଛନ୍ତି।

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସାମ୍ବାଦିକ ସଂଘ ତୀବ୍ର ନିନ୍ଦା କରିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛି। ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରୁ ବୋଲି ସଂଘ କହିଛି।

ସୂଚନାଯୋଗ୍ୟ, ତିନି ଦିନ ତଳେ ବାଲେଶ୍ୱର ଜିଲ୍ଲାରେ ଜଣେ ସାମ୍ବାଦିକ ଖବରକାଗଜ ପାଇଁ ବସଷ୍ଟାଣ୍ଡ ଯାଇଥିବା ବେଳେ ଆକ୍ରମଣ ହୋଇଥିଲା। ବାଲିଆପାଳରେ ଶନିବାର ସକାଳୁ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଏକ ଧାନ ବିଲରୁ ଗିରଫ କରିଛି। ପୁରୀରେ ସାମ୍ବାଦିକମାନେ ଖବର ସଂଗ୍ରହ କରୁଥିବା ବେଳେ ଲାଠିଚାର୍ଜ ହୋଇଥିଲା। ଫଳରେ କିଛି ସାମ୍ବାଦିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର