ସାମ୍ବାଦିକମାନଙ୍କୁ ଲୋକସେବା ଭବନ ପ୍ରବେଶ କଟକଣା ପ୍ରତ୍ୟାହାର ପାଇଁ ଦାବି

ଭୁବନେଶ୍ବର : ବିଭିନ୍ନ ଦୂର ଦୂରାନ୍ତରୁ ସରକାରୀ କର୍ମଚାରୀ ଲୋକସେବା ଭବନ ଆସୁଛନ୍ତି। ଅଥଚ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ବଳବତ୍ତର ଅଛି। ତୁରନ୍ତ ଏହି କଟକଣା ପ୍ରତ୍ୟାହାର କରିବାକୁ ଦାବି ଉଠିଛି। ଆଜି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇ ଏ ସମ୍ପର୍କରେ ଆଲୋଚନା ହୋଇଛି। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଏ ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରାଯିବ। ସାମ୍ବାଦିକମାନଙ୍କୁ ପ୍ରବେଶ ଅନୁମତି ନ ମିଳିବାରୁ ସମ୍ବାଦ ସଂଗ୍ରହ କ୍ଷେତ୍ରରେ ବହୁ ଅସୁବିଧା ହେଉଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନା, ବିବେକ ଜେନା, ସନତ ମିଶ୍ର, ବିଜୟ ପଣ୍ଡା, ସଞ୍ଜୟ ପ୍ରଧାନ, ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର