ବିଂଝାରପୁର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ପଣସଗଣ୍ଡ ଗ୍ରାମର ଜମିଦାର ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ବ୍ରହ୍ମାନନ୍ଦ ବେହେରା(୮୮)ଙ୍କର ଆଜି ସକାଳୁ ପରଲୋକ ହୋଇଯାଇଛି। ଅସୀମ କେନ୍ଦ୍ରାପଡ଼ାର ସଦସ୍ୟ ତଥା ଖରସ୍ରୋତା ସାହିତ୍ୟ ପରିଷଦର କର୍ମକର୍ତ୍ତା ସ୍ବର୍ଗତ ବେହେରା ବାର୍ଦ୍ଧକ୍ୟଜନିତ କାରଣରୁ କିଛିଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ‘ସମ୍ବାଦ’ର ବରିଷ୍ଠ ସହସଂପାଦକ ଡ. ଚିତ୍ତରଂଜନ ବେହେରା, ବୋହୂ ଜଗତସିଂହପୁର ଜିଲ୍ଲା ଝିମାଣିର ନାରାୟଣ ବୀରବର ସାମନ୍ତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ତଥା କବି ଡ. ବନପ୍ରଭା ପରିଡା, ନାତୁଣୀ ଚିନ୍ମୟୀ ଚିତ୍ରପୁଷ୍ପା, ସାନପୁଅ ସୌମ୍ୟରଂଜନ ବେହେରା, ସାନଭାଇ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ନରେନ୍ଦ୍ର କୁମାର ବେହେରା, ଭଣଜା ଫାର୍ମାସିଷ୍ଟ ଶରତ କୁମାର ପରିଡ଼ା, ଭଣଜାବୋହୂ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ।

Advertisment

ଖବର ପାଇ ସରପଞ୍ଚ ଦେବେନ୍ଦ୍ର ଦାସ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ତାଙ୍କ ବିୟୋଗରେ ‘ସମ୍ଵାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ସିଜିଏମ(ନ୍ୟୁଜ) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ମାନବସମ୍ଵଳ) ବୈଜୟନ୍ତୀ କର, ସମ୍ବାଦ ଯାଜପୁର ସଂସ୍କରଣ ମୁଖ୍ୟ ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂହ, ସୁବ୍ରତ ସ୍ଵାଇଁ, ‘ସମ୍ବାଦ’ ଯାଜପୁର ସଂସ୍କରଣର ସମସ୍ତ କର୍ମଚାରୀ ତଥା କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳ ପ୍ରତିନିଧିମାନେ ଶୋକ ପ୍ରକାଶ କରିଛନ୍ତି। ସେହିପରି ମନ୍ତ୍ରୀ ପ୍ରତାପ ଦେବ, ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ ବବିତା ମଲ୍ଲିକ, ପୂର୍ବତନ ସରପଞ୍ଚ ଉମାକାନ୍ତ ବେହେରା, ପ୍ରମେୟର ଡିଜିଏମ ମାନସ ପଣ୍ଡା, ଅସୀମ କେନ୍ଦ୍ରାପଡ଼ାର ଆବାହକ ସଚ୍ଚିକାନ୍ତ ନାଥ, କୃଷ୍ଣଚନ୍ଦ୍ର ପାଠାଗାରାର କର୍ମକର୍ତ୍ତା, ବିଜେପି ନେତା ଭୁବନାନନ୍ଦ ସାମଲ, ସାମ୍ଵାଦିକ ଦେବେନ୍ଦ୍ର ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।