ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ

ପୁରୀ: ଖବର ସଂଗ୍ରହ ବେଳେ  ଦୁଇଟି ଓଡ଼ିଆ ଟେଲିଭିଜନ୍ ଚାନେଲର ସାମ୍ବାଦିକଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାଚନରେ ମତଦାନ ଖବର ସଂଗ୍ରହ କରୁଥିବା ବେଳେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ ଚିତନ ସ୍ବାଇଁ, ନ୍ୟୁଜ୍ ୭ର ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କ ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୪ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ଆଜି ଦିନ ପ୍ରାୟ ୧୧ଟା ବେଳେ ପୁରୀ ଜିଲ୍ଲା କଣାସ ବ୍ଲକ୍ ବଢ଼ାଳ ପଞ୍ଚାୟତର ମତଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ‌ଭୋଟ ଚାଲିଥିବା ବେଳେ ଖବର ସଂଗ୍ରହ ପାଇଁ ପହଞ୍ଚିଥିଲେ ଏହି ଦୁଇ ଚାନେଲର ସାମ୍ବାଦିକ ଓ କ୍ୟାମେରାମ୍ୟାନ୍। ଖବର ସଂଗ୍ରହ ସମୟରେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଭିଜୁଆଲ ରେକର୍ଡ ହେଉଥିବା ଦେଖି ରାଗରେ ଉତ୍ୟକ୍ତ ଜବରଦଖଲକାରୀମାନେ ରିପୋଟଁ  ଓ କ୍ୟାମେରାମ୍ୟାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

Meghalaya: Mob thrashing thief recorded in viral video; case registered - News Move
newsmove

ଆକ୍ରମଣ ସହ ଜବରଦଖଲକାରୀମାନେ ସାମ୍ବାଦିକଙ୍କ ମୋବାଇଲ ଫୋନ, କ୍ୟାମେରା ଏବଂ ଲାଇଭ ପାଇଁ ଦରକାର ହେଉଥିବା ସଂରଜାମ ଛଡ଼ାଇ ନେଇଥିବା ଜଣାପଡ଼ିଛି। ଆକ୍ରମଣ ସହ ତାଙ୍କ କ୍ୟାମେରା ମଧ୍ୟ ଭାଙ୍ଗି ଦିଆଯାଇଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର