ଜୟପୁରରେ ଦ୍ୱିତୀୟ ପଥ ମହୋତ୍ସବ

ଜୟପୁର: ରବିବାର ସକାଳେ ଜୟପୁର ସହରର ମୁଖ୍ୟ ରାସ୍ତାରେ ଦ୍ୱିତୀୟ ‘ସହିଦ ଲକ୍ଷ୍ମଣ ନାୟକ ପଥୋତ୍ସବ’ ଅନୁଷ୍ଠିତ ହୋଇ ଯାଇଛି।
ସକାଳ ଆଠ ଘଟିକାରୁ ଆରମ୍ଭ ହୋଇ ପୂର୍ବାହ୍ନ ସାଢ଼େ ଦଶଟା ଯାଏଁ ଚାଲିଥିବା ଏହି ପଥୋତ୍ସବ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟକ ତାରାପ୍ରସାଦ ବାହିନୀପତି, କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝୀ, ଲକ୍ଷ୍ମଣପୁର ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏବଂ ସାଂସଦ ଝିନ୍ନ ହିକକା। ପ୍ରଶାସନ ତରଫରୁ ଯୋଗ ଦେଇଥିଲେ ଉପଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଓ କେରାପୁଟ ଏସ୍‌ପି କେ. ପି. ସିଂହ।


ଆଜିର ପଥୋତ୍ସବରେ ପାଇକ ଆଖଡ଼ା, ଯୋଗ, ମ୍ୟାଜିକ୍‌ ସୋ’ ଆଇସ୍‌ କ୍ରାଫ୍‌ଟ୍‌, ଟାଓ୍ଵାର୍‌ ଦି ପିରାମିଡ, ଫାୟାର୍‌ଲେସ୍‌ କୁକିଙ୍ଗ୍‌ ଆଦି ୨୭ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ହରିହର ଆର୍ଟ ଆଣ୍ଡ୍‌ କଲ୍‌ଚର୍‌ ଏକାଡେମି ଓ ପ୍ରିନ୍‌ସ୍‌ ଡ୍ୟାନ୍‌ସ୍‌ ଗ୍ରୁପ୍‌ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ।

ପଥୋତ୍ସବରେ ୧୫ ହଜାରରୁ ଊର୍ଦ୍ଧ୍ୱ ଜନସମାଗମ ହୋଇଥିଲା।

ସମ୍ବନ୍ଧିତ ଖବର