ଭୁବନେଶ୍ୱର: ବିଜେପିର ୬୪ ନମ୍ବର ବୁଥରେ ବୁଥସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟର ପୂର୍ବତନ ପ୍ରଭାରୀ ଡି. ପୁରନ୍ଦଶ୍ୱରୀ, ସାଂସଦ ଅପରାଜିତ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲା ବିଜେପି ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୬୪ ନମ୍ବର ବୁଥରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୁଥସ୍ତରୀୟ ବୈଠକରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ବୁଥ କିଭଳି ମଜବୁତ ହେବ। କିଭଳି ପରିଚାଳନା କରାଯିବ। ବୁଥର ପ୍ରବନ୍ଧନ କିଭକି ହେବ। ସେହିପରି ଯେଉଁ ଭୋଟର ତାଲିକା ରହିଛି ତାକୁ ନେଇ ଲୋକଙ୍କ ପାଖକୁ ଯିବା ପାଇଁ ନଡ୍ଡା ଦଳୀୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି। ଲୋକଙ୍କ ସାଙ୍ଗରେ ଆତ୍ମୀୟତା ବଢାଇବା ପାଇଁ ଘରକୁ ଘର ବୁଲିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ମାସରେ ଶେଷ ରବିବାର ବୁଥର ସମସ୍ତ କର୍ମୀ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣନ୍ତୁ। ଆଗାମୀ ନିର୍ବାଚନରେ ବିଜେପି କିଭଳି ଜିତିବ ଓ ଏଇ ବୁଥରେ ସ୍ତରରେ ଭୋଟ ପ୍ରତିଶତ କିଭଳି ବଢିବ ତାକୁ ନେଇ ଯୋଜନା କରିବାକୁ କହିଛନ୍ତି।