ଭୁବନେଶ୍ବର: ପୁରୀରେ ଆରମ୍ଭ ହେଲା ନଡ୍ଡାଙ୍କ ପାଠଶାଳା । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କଲେ ଜେ.ପି ନଡ୍ଡା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ବେଳେ ସାମିଲ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
#WATCH | Puri, Odisha: Union Minister and BJP National President JP Nadda inaugurates BJP training camp along with Odisha CM Mohan Charan Majhi. pic.twitter.com/k9LubLk6Si
— ANI (@ANI) April 12, 2025
ତେବେ ସ୍ବାମୀ ନାରାୟଣ ମନ୍ଦିରରେ ଆଜି ଠାରୁ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଚାଲିବାକୁ ଥିବା ବେଳେ ବିଜେପିର ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ କେମିତି ରଖାଯିବ ? କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ ଜନପ୍ରତିନିଧି ଓ ନେତା, କେମିତି ଲୋକଙ୍କ ସହ ଉତ୍ତମ ମନ୍ତବ୍ୟ ରଖିବେ ସେନେଇ ନଡ୍ଡାଙ୍କ ଠାରୁ ତାଲିମ ନେବେ ନେତା ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ନଡ୍ଡା ତାଲିମ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ଏହି ପ୍ରଶିକ୍ଷଣ ଶିବିର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/12/5UhLmuxX4ZmO0Fn3vn6x.jpg)