ଖରିଆଳ: ନୂଆପଡ଼ା ଜିଲ୍ଲା ଖରିଆଳସ୍ଥିତ ସବ୍ରେଜିଷ୍ଟର କାର୍ଯ୍ୟାଳୟର କନିଷ୍ଠ କିରାଣୀ ସଂଜୟ କୁମାର ନାଏକ ଜମି ରେଜିଷ୍ଟ୍ରି ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
/sambad/media/post_attachments/wp-content/uploads/2020/12/IMG-20201230-WA0082-1024x768.jpg)
ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖରିଆଳ ଥାନା ଅନ୍ତର୍ଗତ ସୁନାରିସିକୁଆଁଁ ଗାଁର ପରମେଶ୍ୱର ବାରିକ ନିଜର ସ୍ତ୍ରୀ ଅଞ୍ଜୁ ବାରିକଙ୍କ ନାଁରେ ଜମି ରେଜିଷ୍ଟ୍ରି କରାଇବା ପାଇଁ ସଂଜୟ କୁମାର ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ଦେବା ସମୟରେ ଆଜି କୋରାପୁଟ ଭିଜିଲାନ୍ସ ଡିଭିଜନର ନୂଆପଡ଼ଶ ଡିଏସ୍ପି ସତ୍ୟବାନ ନାଏକ ଓ ତାଙ୍କର ଟିମ୍ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରି ଟଙ୍କା ଜବତ କରାଯାଇଛି। ଏନେଇ ଏକ ମାମଲା ରୁଜୁ କରି ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IMG-20201230-WA0067.jpg)