ଜେଏସ୍‌ଡବ୍ଲ୍ୟୁକୁ ମିଳିଲା ନୂଆଗାଁ ଲୁହାପଥର ଖଣି

ଭୁବନେଶ୍ବର : କେନ୍ଦୁଝରର ନୂଆଗାଁ ଲୁହାପଥର ଖଣିର ଲିଜ୍‌ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ କମ୍ପାନିକୁ ମିଳିଛି। ଚଳିତମାସ ୨୯ ତାରିଖରେ ନୂଆଗାଁ ଲୁହାପଥର ଖଣି ପାଇଁ ଆରମ୍ଭ ହୋଇଥିବା ଟେକନିକାଲ ବିଡିଂ ପ୍ରକ୍ରିୟାରେ ଅନ୍ୟ ୫ଟି ଖଣି କମ୍ପାନିକୁ ପଛରେ ପକାଇ ଜେଏସ୍‌ଡବ୍ଲ୍ୟୁ ଏହି ଖଣି ପାଇବାରେ ସଫଳ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆଗାଁ ଲୁହାପଥର ଖଣିର ଟେକନିକାଲ ବିଡିଂ ରାଉଣ୍ଡ ପାଇଁ ରୁଙ୍ଗଟା ସନ୍‌ସ ଲିମିଟେଡ୍, ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଲିମିଟେଡ୍‌, ବେଦାନ୍ତ ଲିମିଟେଡ୍‌, ଆଦାନୀ ଏଣ୍ଟରପ୍ରାଇଜେସ୍‌ ଓ ଟିଏସ୍‌ ଆଲଏଜ୍‌ ଲିମିଟେଡ୍‌ ଭାଗ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଏସବୁ ଖଣିର ସର୍ବାଧିକ ପ୍ରିମିୟମ୍‌ ୮୯.୪% ରହିବାକୁ ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟ ନିଲାମି କରିଥିଲେ। ଯାହାଫଳରେ ଦ୍ବିତୀୟ ପର୍ଯ୍ୟାୟ ଫାଇନାଲ ରାଉଣ୍ଡରେ ୯୫.୧% ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସପକ୍ଷରେ ଏହି ନିଲାମି ଯାଇଥିଲା। ମୋଟ୍‌ ୧୯ଟି ଲୁହାପଥର ଖଣି ନିଲାମ କରିବାକୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଖଣି ନିଲାମ ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇଥିବା ଟେକନିକାଲ ବିଡିଂ ଉପରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଫେବ୍ରୁଆରି ୧୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଏହି କ୍ରମରେ ଆସନ୍ତାକାଲି କେନ୍ଦୁଝର ସ୍ଥିତ ନାରାୟଣପୋଷୀ ଲୁହାପଥର ଖଣି ପାଇଁ ଟେକିନାକାଲ୍‌ ବିଡିଂ ଉପରେ ନିଲାମ ଡକାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର