ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଚାରିଦେଶରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍ ପ୍ରକଳ୍ପ କାମ ଚାଲୁଥିବା ବେଳେ ପରିବେଶ ସହ ସାଂଘାତିକ ଖେଳ ଖେଳୁଛି କମ୍ପାନି। ଏବେ ଆଉ ଗୋଟିଏ ସାଂଘାତିକ ତଥ୍ୟ ପଦାକୁ ଆସିଛି। ବେଆଇନ ଭାବେ ଲକ୍ଷଲକ୍ଷ ଲିଟର ଭୂତଳ ଜଳକୁ ଶୋଷି ଚାଲିଛି ଜେଏସ୍ଡବ୍ଲ୍ୟୁ। ଯାହାକି ଆଗକୁ ଉଭୟ ପରିବେଶ ଓ ସ୍ଥାନୀୟ ଗ୍ରାମ ପାଇଁ ବିପଦ ସୃଷ୍ଟି ହେବ ବୋଲି ପରିବେଶବିତ୍ମାନେ ମତ ରଖିଛନ୍ତି। ଲକ୍ଷଲକ୍ଷ ଲିଟର ଭୂତଳ ଜଳ ଉତ୍ତୋଳନ ଚାଲୁଥିବାରୁ ଜଳସ୍ତର କମିଯିବା ସହ ସ୍ଥାନୀୟ ଅଞ୍ଚଳରେ ଆଗାମୀ ଦିନରେ ଜଳ ସଂକଟ ଦେଖାଦେବା ଭଳି ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁଲାରେ, ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍ ପ୍ରକଳ୍ପ ପରିସରରେ ନିର୍ମାଣାଧୀନ କନଷ୍ଟ୍ରକସନ୍ କାମ ପାଇଁ ତିନୋଟି ନଳକୂପ ବସାଇବା ପାଇଁ ଅନୁମତି ରହିଛି। ସେହିପରି ୧ ଲକ୍ଷ ଲିଟର ପାଣି ଉତ୍ତୋଳନ ପାଇଁ ଅନୁମତି ଅଛି। କିନ୍ତୁ କମ୍ପାନି ମାଳମାନ ନଳକୂପ ଖୋଲି ଲକ୍ଷ ଲକ୍ଷ ଲିଟର ଭୂତଳ ଜଳ ଶୋଷୁଥିବା ନେଇ ପୂର୍ବରୁ ଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଯାହା ଫଳରେ ଆଗକୁ ବିପଦ ଆହୁରି ବଢ଼ିବ ବୋଲି କୁହାଯାଉଛି। ସେହିପରି ଢିଙ୍କିଆ, ନୂଆଗାଁ ସମେତ ଆଖପାଖ ଜନବସତି, ପୋଖରୀ ଓ ପ୍ରାକୃତିକ ଜଳାଶୟ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେବ ବୋଲି କୁହାଯାଉଛି। ଖରାଦିନେ ସାଂଘାତିକ ଭାବେ ଜନବସତି ପ୍ରଭାବିତ ହେବ ବୋଲି ପରିବେଶବିତ୍ମାନେ କହୁଛନ୍ତି। ତିନୋଟି ନଳକୂ୍ଅ ପାଇଁ ଅନୁମତି ଥିବା ବେଳେ କାହିଁକି ଅଧିକ ପରିମାଣରେ ନଳକୂପ ଖନନ କରାଯାଇଛି? ଜେଏସ୍ଡବ୍ଲ୍ୟୁ ନିୟମ ଉଲ୍ଲଂଘନ କରୁଥିବା ବେଳେ କାହିଁକି ପ୍ରଶାସନ ପଦକ୍ଷେପ ନେଉନି? କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ? ବେଆଇନ କାମକୁ ଅନୁକମ୍ପା ଦେଖାଉଛି କିଏ? ଏଭଳି ଅନେକ ପ୍ରଶ୍ନ କମ୍ପାନି କାର୍ଯ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/untitled-11-2025-09-26-06-24-03.jpg)