ଜେଏସ୍‌ଡବ୍ଲ୍ୟୁ ଷ୍ଟିଲକୁ ମିଳିଲା ଯଜାଙ୍ଗ ଲୁହାପଥର ଖଣି

୧୧୦% ପ୍ରିମିୟମ୍‌ରେ କମ୍ପାନି ଏହି ଖଣି ପାଇବାରେ ସଫଳ

ଭୁବନେଶ୍ବର : କେନ୍ଦୁଝରର ଯଜାଙ୍ଗ ଲୁହାପଥର ଖଣି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲକୁ ମିଳିଛି। ଆଜି ଏହି ଖଣି ପାଇଁ ହୋଇଥିବା ଟେକ୍ନିକାଲ ବିଡିଂରେ ୧୨ଟି କମ୍ପାନିକୁ ପଛରେ ପକାଇ ୧୧୦% ପ୍ରିମିୟମ୍‌ରେ ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍ ଏହାକୁ ପାଇବାରେ ସଫଳତା ପାଇଛି। ଏବେସୁଦ୍ଧା କମ୍ପାନିକୁ ମୋଟ ୪ଟି ଲୁହାପଥର ଖଣି ମିଳିଛି। ଇସ୍ପାତ ଓ ଖଣି ବିଭାଗ ସୁତ୍ର ଅନୁଯାୟୀ, ଗୁରୁବାର ଯଜାଙ୍ଗ ଲୁହାପଥର ଖଣି ପାଇଁ ସିରାଜୁଦ୍ଦିନ୍ ଆଣ୍ଡ କୋ, ଲାଲ୍ ଟ୍ରେଡ୍‌ସ୍‌ ଆଣ୍ଡ୍‌ ଏଜେନ୍‌ସି ପ୍ରାଇଭେଟ୍‌ ଲିମିଟେଡ୍, ରାମଗଡ଼ ମିନେରାଲ୍‌ସ୍‌ ଆଣ୍ଡ୍‌ ମାଇନିଂ ଲିମିଟେଡ୍, ଜେଏସ୍‌ଡବ୍ଲ୍ୟୁ, ଜେଏସ୍‌ପିଏଲ୍‌, ସୋସିଆଡୋ ଡି ଫୋମେଣ୍ଟୋ ଇଣ୍ଡଷ୍ଟ୍ରିୟାଲ୍‌, ଏସେଲ୍‌ ମାଇନିଂ, ବେଦାନ୍ତ, ଶ୍ୟାମ ମାଇନିଂ, ଇଷ୍ଟର୍ଣ୍ଣ୍‌ ରେଞ୍ଜ କୋଲ୍‌ ମାଇନିଂ ପ୍ରାଇଭେଟ୍‌ ଲିମିଟେଡ୍, ରୁଙ୍ଗଟା ମାଇନ୍‌ସ୍‌ ଲିମିଟେଡ୍‌, ଆଦାନୀ ଏଣ୍ଟରପ୍ରାଇଜ୍‌ ଓ ଆର୍ସେଲର୍‌ ମିତ୍ତଲ୍‌ଙ୍କ ମଧ୍ୟରେ ନିଲାମି ହୋଇଥିଲା।

ଗତମାସ ୩୧ ତାରିଖରୁ ୧୯ଟି ଖଣି ପାଇଁ ଆରମ୍ଭ ହୋଇଥିବା ଟେକ୍ନିକାଲ ବିଡିଂରେ ଏବେସୁଦ୍ଧା ୭ଟି ଖଣିର ନିଲାମି ସମ୍ପୂର୍ଣ୍ଣ ହୋଇଛି। ସେଥିରୁ କେନ୍ଦୁଝରର ନୂଆଗାଁ, ନାରାୟଣପୋଷୀ, ଗଣୁଆ ଓ ଯଜାଙ୍ଗ ଲୁହାପଥର ଖଣି ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍ ପାଇବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର