ସୁପ୍ରିମକୋର୍ଟରେ ପହଞ୍ଚିଲା ଓଡ଼ିଶା ସରକାର-ଜେଏସଡବ୍ଲୁ ଟିକସ ବିବାଦ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ସହ ୨୬୦୦ କୋଟି ଟଙ୍କାର ଟିକସ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଜେଏସଡବ୍ଲୁ ଷ୍ଟିଲ । କମ୍ପାନି ପକ୍ଷରୁ ମେ ୨୩ରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଛି । ଆସନ୍ତା ଜୁଲାଇ ୧୧ରେ ଏହାର ଶୁଣାଣି ଆରମ୍ଭ ହେବ ବୋଲି ସୁପ୍ରିମକୋର୍ଟଙ୍କ ଓ୍ବେବସାଇଟରୁ ଜଣାପଡ଼ିଛି ।

ଗତ ୨୦୨୦ ଫେବ୍ରୁଆରି ମାସରେ  ଓଡ଼ିଶା ସରକାରଙ୍କ ଦ୍ବାରା ହୋଇଥିବା ଖଣି ନିଲାମରେ ଜେଏସଡବ୍ଲୁ ଷ୍ଟିଲ ଓଡ଼ିଶାରେ ୪ ଟି ଲୁହାପଥର ଖଣି ପାଇଥିଲା । ଏହା ପରେ ଓଡ଼ିଶାର ରାଜସ୍ବ ବିଭାଗ ପକ୍ଷରୁ କମ୍ପାନି ନିକଟକୁ ୨୬୦୦ କୋଟି ଟଙ୍କାର ଜିଏସଟି ପୈଠ ପାଇଁ ନୋଟିସ ଜାରି କରାଯାଇଥିଲା । କିନ୍ତୁ କମ୍ପାନି ପକ୍ଷରୁ ଏହାର ଇନପୁଟ ଟାକ୍ସ କ୍ରେଡିଟ୍ ନିଜର ମହାରାଷ୍ଟ୍ର, ତାମିଲନାଡୁ ଓ କର୍ଣ୍ଣାଟକକୁ ଟ୍ରାନ୍ସଫର କରାଯାଇଥିଲା । କିନ୍ତୁ ଓଡ଼ିଶାର ରାଜସ୍ବ ବିଭାଗ ଏହାକୁ ବିରୋଧ କରିଥିଲେ ।

ଗତ ମାର୍ଚ୍ଚ ୨୮ରେ ଓଡ଼ିଶା ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ କମ୍ପାନିକୁ ଟିକସ, ଜୋରିମାନା ଓ ସୁଧ ମିଶାଇ ମୋଟ ୨୬୭୮ କୋଟି ଟଙ୍କା ପୈଠ ପାଇଁ ନୋଟିସ ଜାରି କରିଥିଲେ । ଏହା ବିରୋଧରେ କମ୍ପାନି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି ଆଶ୍ବସ୍ତି ମିଳିପାରିନଥିଲା । ହାଇକୋର୍ଟଙ୍କ ରାୟ ବିରୋଧରେ କମ୍ପାନି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

 

 

ସମ୍ବନ୍ଧିତ ଖବର