ରାଉରକେଲା : ଜଣେ ଦାୟିତ୍ବବାନ ଲୋକସଭା ସଦସ୍ୟ ଭାବେ ସୁନ୍ଦରଗଡ଼ ଜିଲ୍ଲାର ବିକାଶକୁ ସଦା ସର୍ବଦା ଧ୍ୟାନ ଦେବି। ବିଶେଷ କରି ରାଉରକେଲାର ଦ୍ବିତୀୟ ବ୍ରାହ୍ମଣୀ ସେତୁ, ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ କାମ ଶୀଘ୍ର ଶେଷ କରିବାକୁ ପ୍ରାଥମିକତା ଦେବି ବୋଲି ନିର୍ବାଚିତ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କହିଛନ୍ତି। ଭାରତୀୟ ମଜଦୁର ସଂଘ ସହ ବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ (ଆର୍ଆଇକେକେଏସ୍) ପକ୍ଷରୁ ସେକ୍ଟର-୪ସ୍ଥିତ ପାର୍ଟି ଅଫିସରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସାଂସଦ ଶ୍ରୀ ଓରାମ ଜିଲ୍ଲାବାସୀଙ୍କ ଆର୍ଶିବାଦ ରହିଥିବାରୁ ସେ ଆଜି ସାଂସଦ ଭାବେ ନିର୍ବାଚିତ ହୋଇପାରିଛନ୍ତି। ଲୋକଙ୍କର ଯେଉଁ ଆଶା ଓ ବିଶ୍ବାସ ତାକୁ ପୂରଣ କରିବାକୁ ପ୍ରୟାସ ଜାରି ରଖିବି ବୋଲି କହିଥିଲେ।
ଦ୍ବିତୀୟ ବ୍ରାହ୍ମଣୀ ସେତୁ, ସୁପରସ୍ପେଶିଆଲିଷ୍ଟ ହସ୍ପିଟାଲକୁ ପ୍ରାଥମିକତା ଦେବି: ଜୁଏଲ
/sambad/media/post_attachments/wp-content/uploads/2019/06/jual-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)