ଆସନ ବଢ଼ିଲା, ସଂଖ୍ୟା ବଢ଼ିଲାନି : ନିରାଶ ହେଲେ ଜୁଏଲ, ସମୀକରଣ ବଦଳିବ

ଭୁବନେଶ୍ୱର : ଧର୍ମେନ୍ଦ୍ର ପ୍ରଧାନ ଆଉଥରେ କେନ୍ଦ୍ରମନ୍ତ୍ରୀ ହେବା ନେଇ ବିେଶଷ ସନ୍ଦେହ ନଥିଲା। ଯଦିଓ ଏହା ପ୍ରଧାନମନ୍ତ୍ରୀଙ୍କର ସମ୍ପୂର୍ଣ୍ଣ ଇଚ୍ଛାଧୀନ ବ୍ୟାପାର, ତଥାପି କେନ୍ଦ୍ରରେ ତାଙ୍କର ସମୀକରଣ, ରାଜ୍ୟ ବିଜେପି ସଫଳତା ପରିପ୍ରେକ୍ଷୀରେ ବିଜେପି ନେତାଙ୍କର ଏ ବିଶ୍ବାସ ଥିଲା। ରାଜନୈତିକ ମହଲ, ବିରୋଧୀ ଦଳ ଓ କର୍ମୀଙ୍କର ବି। ସମସ୍ତେ ଏକଥା ମଧ୍ୟ ଚର୍ଚ୍ଚା କରୁଥିଲେ, ଜୁଏଲଙ୍କୁ ଆଉଥରେ କେନ୍ଦ୍ରମନ୍ତ୍ରୀ ପଦବି ମିଳିବ। ଯେହେତୁ ଏଥର ବିଜେପିର ୮ଜଣ ସାଂସଦ ଜିତିଛନ୍ତି, ପ୍ରଧାନମନ୍ତ୍ରୀ ତୃତୀୟ ମନ୍ତ୍ରୀ ପଦ ଓଡ଼ିଶାକୁ ଦେଇପାରନ୍ତି। ସମ୍ଭାବ୍ୟ ତାଲିକାର ଶୀର୍ଷରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀ ଓ ପ୍ରତାପ ଷଡଙ୍ଗୀ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଦ୍ବିତୀୟ ଇଂନିସ ପାଇଁ େଯଉଁ ଟିମ୍ ଗଠନ କରିଛନ୍ତି, ସେଥିରେ କିନ୍ତୁ ପୁଣି ଓଡ଼ିଶାକୁ ଚମକାଇ ଦେବା ଭଳି ବାର୍ତା ଦିଆଯାଇଛି। ଧର୍ମେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ େହାଇଛନ୍ତି। କିନ୍ତୁ ବରିଷ୍ଠ େନତା ତଥା ଜୁଏଲ ଏ ପାଳିରେ େମାଦୀଙ୍କ ଆସ୍ଥା ଜିଣିପାରିନାହାନ୍ତି। ଆଉ ଜଣେ ଓଡ଼ିଆ ତଥା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶପଥ େନଇଛନ୍ତି। ଏଥର ଜୁଏଲଙ୍କ ସ୍ଥାନରେ ତାଙ୍କୁ େକନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦାୟିତ୍ବ ମିଳିବା ସମ୍ଭାବନା ଅଧିକ।

ତେବେ ସବୁ କଳ୍ପନାଜଳ୍ପନାକୁ ପଛକୁ େଠଲି େମାଦୀ ବାେଲଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ େକନ୍ଦ୍ରମନ୍ତ୍ରୀ ପଦରେ ଆସୀନ କରିଛନ୍ତି। ଓଡ଼ିଶା ଗସ୍ତ ବେଳେ ଆସିବା ବେଳେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ-ପ୍ରତାପ ବାରମ୍ବାର ନିକଟତର େହଉଥିଲେ। ହେଲେ ପ୍ରତାପଙ୍କ ଉପରେ େମାଦୀଙ୍କର ବିଶ୍ବାସ ରହିଛି, ସଂପର୍କ ନିବିଡତା ବଢିଛି, ଏକଥା ଆଜି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦ ମିଳିବା ପରେ ସ୍ପଷ୍ଟ େହାଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲର େମାଦୀଙ୍କ ନିଷ୍ପତ୍ତିକୁ ଭିନ୍ନ ଭିନ୍ନ ଦୃଷ୍ଟିରୁ ତର୍ଜମା କରୁଛନ୍ତି। ୨୦୧୪ ନିର୍ବାଚନକୁ ବିଚାରକୁ ନେଲେ, ସଂଖ୍ୟା ଦୃଷ୍ଟିରୁ ବିେଜପି ଲାଭରେ ନାହିଁ। (ଧର୍ମେନ୍ଦ୍ରଙ୍କୁ ବିହାର େକାଟା ବୋଲି ଧରିଲେ) ସେବେ ଜୁଏଲଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇ ଓଡ଼ିଶା େକାଟା ପୂରଣ େହାଇଥିଲା। ଏଥର ସଂଖ୍ୟା ବଢିବା ସତ୍ତ୍ବେ (ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶ େକାଟାରୁ ହିସାବ କଲେ) ମନ୍ତ୍ରୀ ସଂଖ୍ୟା ଛିଡିଛି। କ୍ୟାବିନେଟ ବଦଳରେ େଗାଟିଏ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ଯଦି ଧର୍ମେନ୍ଦ୍ରଙ୍କୁ ଓଡ଼ିଶା େକାଟା େବାଲି ବି କୁହାଯାଏ, ତେବେ ବି ଓଡ଼ିଶା ଅଧିକ ମନ୍ତ୍ରୀ ପଦବି ପାଇଁ ଦାବିଦାର ଥିଲା।

ପର୍ଯ୍ୟବେକ୍ଷକ ମହଲର କହିବା କଥା େହଉଛି, ଏବେ ଓଡ଼ିଶାର ନିର୍ବାଚନ ସରିଛି। ଏଣୁ ଅନ୍ୟ ରାଜ୍ୟପାଇଁ େମାଦୀଙ୍କ ପାଖରେ େଯତିକି ପ୍ରାଥମିକତା ଅଛି, ଏ େକ୍ଷତ୍ରରେ ସେତିକି ନାହିଁ। ପୁଣି ୨୦୧୪ରେ ଓଡ଼ିଶାରେ ସଂଗଠନ ବୃଦ୍ଧି େନଇ ବିଜେପି େନତୃତ୍ବଙ୍କ ଚିନ୍ତା ୨୦୧୯ରେ ଯଥେଷ୍ଟ ହ୍ରାସ ପାଇଛି। କାରଣ ୫ବର୍ଷ ଧରି ସବୁ କଳ ବଳ କୌଶଳ ପ୍ରୟୋଗ ସତ୍ତ୍ବେ, ଓଡ଼ିଶାରେ ସରକାର ଗଠନ କରିବାରେ ବିଜେପି ସକ୍ଷମ େହାଇନାହିଁ। ବରଂ େଲାକସଭା ନିର୍ବାଚନ େକ୍ଷତ୍ରରେ ଦେଶରେ େଯଉଁ େମାଦୀ ଝଡ ସୃଷ୍ଟି େହାଇଥିଲା, ତାକୁ େରାକିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବି ସକ୍ଷମ େହାଇଛନ୍ତି। ଆଉ ୭୭ ହଜାର େଭାଟ େହାଇଥିଲେ, ବିଜେପି େଯମିତି ଆଉ ତିନିଟି ଆସନ ଜିତୁଥିଲା, ତାର ଅଧା ପରିମାଣ େଭାଟ ଯଦି ବିଜେଡିକୁ ଯାଇଥାନ୍ତା, ତେବେ ଆଉ ତିନି ବିେଜପି ସାଂସଦ ପ୍ରାର୍ଥୀ ନିର୍ବାଚନ ହାରିଥାନ୍ତେ, ସଂଖ୍ୟା ୫କୁ ଖସିଥାନ୍ତା।

ସେହିଭଳି ଓଡ଼ିଶା ସଂଗଠନ େକ୍ଷତ୍ରରେ ଧର୍ମେନ୍ଦ୍ରଙ୍କ ଅବଦାନ ଭଳି ଜୁଏଲ ଓରାମଙ୍କର ନଥିଲା। ଅନ୍ୟ େଭାଟ କଥା ଦୂରେ ଥାଉ, ନିଜ ପାଖରେ ବିଭାଗ ରଖିକି ବି ଅନୁସୂଚିତ ଜାତି ଓ ଜନଜାତି େଭାଟକୁ ନିଜ ଦଳ ଆଡକୁ ସେ ଶତ ପ୍ରତିଶତ ଟାଣିପାରିଲେ ନାହିଁ। ଏଣୁ ତାଙ୍କୁ ମନ୍ତ୍ରୀ ପଦ ମିଳିବାର ପ୍ରାସଙ୍ଗିକତା ଦଳ ପାଇଁ କମିଯାଇଥାଇପାରେ।

ଏପଟେ ପ୍ରଶାସକରୁ େନତା ପାଲଟିଥିବା ଅପରାଜିତା ଭୁବନେଶ୍ବର ଭଳି ମର୍ଯ୍ୟାଦାଜନକ ଆସନରୁ ଜିତିଛନ୍ତି ଓ ବିେଜଡି ହେଭିେଵଟ୍ େନତାଙ୍କୁ ପରାସ୍ତ କରିଛନ୍ତି ସତ, କିନ୍ତୁ ରାଜନୈତିକ ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ପଦ େଦଇଥିଲେ, ଓଡ଼ିଶା ସଂଗଠନରେ କେଁ ଉଠିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିନଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଶୁଭଦୃଷ୍ଟି ରହିଥିବା େନଇ ଯାହା କୁହାଯାଉଛି, ତାହା ପ୍ରମାଣିତ େହାଇଥିଲେ, ରାଜ୍ୟ ବିଜେପିରେ ସମ୍ଭବତଃ ଦ୍ବିତୀୟ କ୍ଷମତା େକନ୍ଦ୍ର ସୃଷ୍ଟି େହାଇଥାନ୍ତା ଓ ପରୋକ୍ଷରେ ଲାଭ ବିଜେଡି େନଇଥାନ୍ତା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିେଜ ବିଜେପୁର ବିଧାନସଭା ଆସନରୁ ଲଢିବା ସତ୍ତ୍ବେ, ସୁରେଶ ପୂଜାରୀ ବରଗଡ େଲାକସଭା ଆସନ ଜିତି ମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ। ପ୍ରତାପଙ୍କ େକ୍ଷତ୍ରରେ ବିଜେପିକୁ େଯଉଁ ଲାଭ ମିଳିବ, ତାହା ସମ୍ଭବତଃ ସୁରେଶଙ୍କ େକ୍ଷତ୍ରରେ ମିଳିବ ନାହିଁ େବାଲି ବିଚାର କରି େମାଦୀ ବାଲେଶ୍ବର େଲାକସଭା ଆସନ ହାତରେ ପୁଣି େକନ୍ଦ୍ରମନ୍ତ୍ରୀ ପଦ ଟେକି ଦେଇଛନ୍ତି େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

ଏହାପଛର ଆଉ ଦୁଇଟି ବଡ ଯୁକ୍ତି ହେଲା, େକାଟିପତି େନତା ବିଜେଡିର ରବି େଜନାଙ୍କୁ ଭଙ୍ଗା େକାଠିର େନତା ପ୍ରତାପ ଷଡଙ୍ଗୀ ହରାଇଥିବା େନଇ ଗଣମାଧ୍ୟମରେ ତୁହାକୁ ତୁହା ଖବର ପ୍ରକାଶ ପାଉଥିଲା। ଓଡ଼ିଶାର େଯାଗୀ (ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ) େବାଲି ବି କେହି େକହି ତାଙ୍କୁ କହୁଥିଲେ। ଏଣୁ ତାଙ୍କୁ ମନ୍ତ୍ରୀ କରି େମାଦୀ େଗାଟିଏ ପଟେ ସାଧାରଣ େଲାକଙ୍କ ମନକୁ ଛୁଇଁବାକୁ ଚେଷ୍ଟା କରିଛନ୍ତି। ଅନ୍ୟପଟରେ ପ୍ରତାପଙ୍କ େନତୃତ୍ବର ଦକ୍ଷତାର ବି ଏଠାରେ ପରୀକ୍ଷା ପାଇଁ ସୁେଯାଗ ମିଳିଛି। ଉତ୍ତର ପ୍ରଦେଶରେ ଦଳର ଭୁଲ୍ ଓଡ଼ିଶାରେ ଆଗକୁ ଅନ୍ତତଃ ହେବ ନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୪ରେ େଗାଟିଏ େଲାକସଭା ଆସନ (ସୁନ୍ଦରଗଡ)ରେ ଜିତିଥିଲା ବିଜେପି। ଓଡ଼ିଶାର େନତା ଧର୍ମେନ୍ଦ୍ର ପ୍ରଧାନ ବିହାରରୁ (ରାଜ୍ୟସଭା) ପ୍ରତିନିଧିତ୍ବ କରୁଥିଲେ। ବିଧାନସଭା ସଭ୍ୟ ସଂଖ୍ୟା ଥିଲା ୧୦।

ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳିର ସରକାରରେ କିନ୍ତୁ ଅପ୍ରତ୍ୟାଶିତ ଭାବେ ଦୁଇଜଣଙ୍କୁ େକନ୍ଦ୍ରରେ ମନ୍ତ୍ରୀ ପଦବି ମିଳିଥିଲା। ଜୁଏଲ ଓରାମଙ୍କୁ କ୍ୟାବିନେଟ୍, ଧର୍ମେନ୍ଦ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ। ପରବର୍ତୀ ସମୟରେ ଶ୍ରୀ ପ୍ରଧାନଙ୍କୁ କ୍ୟାବିେନଟ୍ ପାହ୍ୟାକୁ ଉନ୍ନୀତ କରିଥିଲେ େମାଦୀ।

ଓଡ଼ିଶା ପାଇଁ ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା। କିନ୍ତୁ ବିେଜପିର ଦୂରଦ୍ରଷ୍ଟାମାନେ ସମ୍ଭବତଃ ଓଡ଼ିଶାରେ ଦଳର ଶକ୍ତି ବୃଦ୍ଧିର ସାମର୍ଥ୍ୟ େଦଖି ଏଭଳି ଏକ ବଡ଼ ପଦକ୍ଷେପ ନେଇଥିଲେ। ଯାହାର ପରିଣାମ େହଲା, ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ପଛକୁ େଠଲି ଦୁଇ ନମ୍ବର ଆସନ ଛୁଇଁଥିଲା େଗରୁଆ ଦଳ। ୨୦୧୯ ନିର୍ବାଚନରେ ବିଜେପିକୁ ୨୩ ବିଧାନସଭା ଓ ୮ େଲାକସଭା ଆସନ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ େନତୃତ୍ବ ପ୍ରତି ରାଜ୍ୟରେ ବିଶ୍ବାସ ସୃଷ୍ଟି କାରଣରୁ ଏଭଳି େଭାଟ ବୃଦ୍ଧି ପାଇବା େଗାଟିଏ ଯୁକ୍ତି େହାଇପାରେ। କିନ୍ତୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ରାଜ୍ୟ ସଂଗଠନର ପ୍ରଭାବ ବୃଦ୍ଧି େକ୍ଷତ୍ରରେ ଆଦୌ ଅଣଦେଖା କରାଯାଇପାରିବ ନାହିଁ। ଆହୁରି ସ୍ପଷ୍ଟ କଲେ, ବିେଜପି କର୍ମୀଙ୍କ ଭିତରେ ବିଶ୍ବାସ ବଢାଇବାରେ ଧର୍ମେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରାଜ୍ୟ ସରକାରଙ୍କ ପାଇଁ ବି ଚିନ୍ତାର କାରଣ େହାଇଥିଲେ। ଏଣୁ ତାଙ୍କୁ ମନ୍ତ୍ରୀ ପଦ ଦେଇ ନ୍ୟାୟ କରିଛନ୍ତି ପ୍ରଧାନମନ୍ତ୍ରୀବୋଲି କୁହାଯାଉଛି। ଏବେ େଦଖିବା କଥା, ଧର୍ମେନ୍ଦ୍ର-ପ୍ରତାପ େଯାଡି ସଂଗଠନକୁ ଆଗକୁ ନେବେ ନା ଏଥିରେ େମାଦୀ ଆଉ କିଛି ଶକ୍ତି େଯାଡିବା ଆବଶ୍ୟକ ପଡିବ?

ସମ୍ବନ୍ଧିତ ଖବର