ରାଉରକେଲା : ଭୁବନେଶ୍ୱର ମହାନଗର ନିଗମରେ ସ୍ମାର୍ଟ ସିଟିର ବିକାଶ ପାଇଁ ରାଜ୍ୟ ସରକାର ବରିଷ୍ଠ ତଥା ଅଭିଜ୍ଞ ପ୍ରଶାସକ ନିଯୁକ୍ତ କରିଛନ୍ତି। ଅଥଚ ରାଉରକେଲା ସ୍ମାର୍ଟ ସିଟିର ସକଳ ଦାୟିତ୍ୱ ଛାଡ଼ି ଦିଆଯାଇଛି ଜଣେ ଅତିରିକ୍ତ ଜିଲ୍ଲାପାଳ (ଏଡ଼ିଏମ୍) ପାହ୍ୟାର ଅଫିସରଙ୍କ ହାତରେ। ପୁଣି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଓ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡ଼ିଏ)ର ଅତିରିକ୍ତ ଦାୟିତ୍ୱ ତାଙ୍କ ହାତରେ। ରାଜ୍ୟ ସରକାର କ’ଣ ବାସ୍ତବରେ ଆଇଏଏସ୍ ଅଫିସର ସଙ୍କଟର ସମ୍ମୁଖୀନ କି? ଯଦି ତାହା ନୁହେଁ, ତେବେ ରାଉରକେଲା ତଥା ସର୍ବୋପରି ସୁନ୍ଦରଗଡ଼ ଜିଲ୍ଲା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରିବାର ରହସ୍ୟ କ’ଣ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ରାଉରକେଲା ସ୍ମାର୍ଟ ସିଟିର ଅଗ୍ରଗତି ସମୀକ୍ଷା କରିବା ସହ ଉଭୟ ସ୍ମାର୍ଟ ସିଟି ଓ ଆର୍ଏମ୍ସିରେ ବରିଷ୍ଠ ତଥା ଅଭିଜ୍ଞ ଅଫିସର ନିଯୁକ୍ତି ନିମନ୍ତେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ଅନୁରୋଧ କରିଛନ୍ତି।
ନବୀନଙ୍କୁ ଜୁଏଲ୍ଙ୍କ ପ୍ରଶ୍ନ : ରାଉରକେଲାକୁ ଅବହେଳା କାହିଁକି?
/sambad/media/post_attachments/wp-content/uploads/2018/01/naveen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)