ଜଷ୍ଟିସ୍‌ଙ୍କୁ ଡେଙ୍ଗୁ

କଟକ : ଓଡ଼ିଶା ହାଇକୋର୍ଟର ଜଣେ ବିଚାରପତିଙ୍କୁ ଡେଙ୍ଗୁ ହୋଇଛି। ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ଡେଙ୍ଗୁ ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ରିପୋର୍ଟ ମିଳିବା ପରେ ଆଜି ତାଙ୍କ ବାସଭବନରେ ଡ୍ରେନ୍‌ ସଫେଇ, ବୁସ୍‌ କଟିଂ, ମଶା ତେଲ ପକାଯାଇଥିବା ବେଳେ ଆସନ୍ତାକାଲି ସକାଳେ ମଶା ଧୂଆଁ ଛଡ଼ାଯିବ ବୋଲି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ କଟକ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇିଛି। ଗତ ମାର୍ଚ୍ଚରୁ ଆଜିସୁଦ୍ଧା ଜିଲ୍ଲାରେ ମୋଟ୍‌ ୬୨୬ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଟାଙ୍ଗୀ ଅଂଚଳରେ ସର୍ବାଧିକ ୨୧୨ ରୋଗୀ ଚିହ୍ନଟ ହୋଇଥିବା କଟକ ମହାନଗର ଅଂଚଳରେ ଅଧ୍ୟାବଧି ୧୨୯ଜଣ ଡେଙ୍ଗୁ ରୋଗୀଙ୍କ ସଂପର୍କରେ ସୂଚନା ରହିଛି। ଅନୁରୂପ ଭାବେ ଜଗତପୁରରେ ୫୫ ଏବଂ ଚୌଦ୍ୱାରରେ ୭୬ଜଣ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର