ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଓ ବିଚାରପତି ପଦ ମଣ୍ଡନ କରିଥିବା ଓଡ଼ିଶା ହାଇକୋର୍ଟର ବିଚାରପତି

କଟକ: ଜଷ୍ଟିସ୍ ରଙ୍ଗନାଥ ମିଶ୍ର ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ କି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିଥିଲେ। ପରବର୍ତ୍ତୀ ସମୟରେ ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଜଷ୍ଟିସ୍ ଦୀପକ ମିଶ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦ ମଣ୍ଡନ କରିଥିଲେ। ସେହିଭଳି ଭାବେ ଜଷ୍ଟିସ ରାଧାଚରଣ ପଟ୍ଟନାୟକ, ଜଷ୍ଟିସ୍ ଦେବପ୍ରିୟ ମହାପାତ୍ର, ଜଷ୍ଟିସ୍ ଅରିଜିତ ପଶାୟତ, ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟର ବିଚାରପତି ପଦ ମଣ୍ଡନ କରି ଓଡ଼ିଆ ମାଟିର ଗୌରବ ବୃଦ୍ଧି କରିଛନ୍ତି।

ଏଥି ସହିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ବି.ଏଲ.ହଂ‌ସାରିଆ, ଜଷ୍ଟିସ୍ ଜି.ଟି.ନାନାଭତି, ଜଷ୍ଟିସ୍ ଏସ.ଏନ.ଫୁକନ୍, ଜଷ୍ଟିସ୍ ବି.ଏନ.ଅଗ୍ରୱାଲ, ଜଷ୍ଟିସ୍ ପି.କେ.ଏ.ବାଳସୁବ୍ରମଣ୍ୟମ୍, ଜଷ୍ଟିସ୍ ଏ.କେ.ଗାଙ୍ଗୁଲି, ଜଷ୍ଟିସ୍ ବି.ଏସ.ଚୌହାନ, ଜଷ୍ଟିସ୍ ଭି.ଜି.ଗୋପାଳ ‌ଗୌଡା, ଜଷ୍ଟିସ୍ ସି.ନାଗାପ୍ପାନ୍, ଜଷ୍ଟିସ୍ ଏ.କେ.ଗୋଏଲ, ଜଷ୍ଟିସ୍ ଅମିତାଭ ରାୟ, ଜଷ୍ଟିସ୍ ଭିନିତ ସରଣ ପ୍ରମୁଖ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧିତ ଖବର