ସରକାରୀ ବାସଭବନରେ ଆତ୍ମହତ୍ୟା କଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି

କଟକ: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି | ଆଜି କଟକର ସିଡିଏ ସେକ୍ଟର -୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ସିଡିଏ ସ୍ଥିତ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କଟକର ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ଆତ୍ମହତ୍ୟାରେ ବ୍ୟବହୃତ ରଶିକୁ ଜବତ କରିଛି |

ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ବିଚାରପତି ଜଣକ ଦୁଇଦିନ ହେବ ଛୁଟିରେ ଥିଲେ | ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା | କିନ୍ତୁ ଆଜି ସକାଳେ ସେ ଷ୍ଟେନୋଙ୍କୁ ଫୋନ କରି ଛୁଟି ବଢାଇବା କଥା କହିଥିଲେ |ତାଜା ସୂଚନା ଅନୁସାରେ ବର୍ତ୍ତମାନ ବିଚାରପତିଙ୍କ ମୃତଦେହକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ପୋର୍ଷ୍ଟମର୍ଟମ୍ କରାଯିବ। ଏହାପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର