ଅନୁଗୁଳ: ଅନୁଗୁଳ ବହୁଚର୍ଚ୍ଚିତ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ମାତ୍ର ଦେଢ଼ ବର୍ଷ ମଧ୍ୟରେ ପ୍ରକାଶ ପାଇଥିବା ଏହି ରାୟରେ ୪ ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅନୁଗୁଳର ନ୍ୟାୟିକ ଇତିହାସରେ ଏହି ଘଟଣା ପ୍ରଥମ ବୋଲି କୁହାଯାଉଛି। ଗତ ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମ ଘଟିଥିଲା। ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଅଂଚଳରେ ନିଜ ସମ୍ପର୍କୀୟ ଭାଇ ସହିତ ଥିବା ଜଣେ କଲେଜ ଛାତ୍ରୀଙ୍କୁ ୬ ଜଣ ଦୁର୍ବୃତ୍ତ ପ୍ରଥମେ ଆକ୍ରମଣ କରିଥିଲେ। ଏହାପରେ ଜୋର୍ଜବରଦସ୍ତ ଉଭୟଙ୍କୁ ରାସ୍ତାଠାରୁ ଦୂରକୁ ଉଠାଇ ନେଇଥିଲେ। ଆଉ ଭାଇ ସମ୍ମୁଖରେ ଭଉଣୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ଦୃଶ୍ୟକୁ ମଧ୍ୟ ରେକର୍ଡିଂ କରିଥିଲେ। ଏବଂ ଟଙ୍କା ନଦେଲେ ଏହି ଭିଡ଼ିଓ ଭାଇରାଲ୍ କରିଦେବେ ବୋଲି ଅଭିଯୁକ୍ତମାନେ ଧମକ ଦେଲେ। ଘଟଣା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ପରିବାର ଲୋକ ସାହସ ଜୁଟାଇ ପରଦିନ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ଅଭିଯୁକ୍ତ ପଞ୍ଚମହଲାର କାଳିଆ ଓରଫ୍ କୃଷ୍ଣଚନ୍ଦ୍ର ନାୟକ(୨୬) ଓ ଚଗଲା ଓରଫ୍ ବିଶ୍ୱମ୍ବର ଭୋଇ(୨୩), ଲିଙ୍ଗରାଯୋଡ଼ି ଗୋଡ଼ି ଢିପସାହିର ଢେଲା ଓରଫ୍ ଟେରା ଓରଫ୍ ଦୁଷ୍ମନ୍ତ ବେହେରା (୨୨) ଓ ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗ୍ରାମର କାଶିଆ ଓରଫ୍ ସିଦ୍ଧାନ୍ତ ପଲେଇ (୨୧)କୁ ଗିରଫ କରିଥିଲା । ଘଟଣାର ଦେଢ଼ବର୍ଷ ପରେ ଆଜି ଜିଲ୍ଲା ଦୌରାଜଜ୍ ଏହି ୪ ଜଣଙ୍କୁ ଯାବଜ୍ଜୀବନ ଦଣ୍ଡରେ ଦଣ୍ଡିତ କରରିଛନ୍ତି। ଅନ୍ୟ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଏବଂ ଆଉ ଜଣେ ଏଯାବତ୍ ଧରାପଡ଼ିନଥିବା ଜଣାପଡ଼ିଛି।
ଅନୁଗୁଳ ଗଣଦୁଷ୍କର୍ମ ଘଟଣାର ରାୟ: ୪ ଅଭିଯୁକ୍ତଙ୍କୁ ଆଜୀବନ
/sambad/media/post_attachments/wp-content/uploads/2018/09/Jail-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)