ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପିର ଭେଟରାନ ଆଦିବାସୀ ନେତା ଜୁଏଲ ଓରାମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହ ଦଳର ବିଧାନସଭା ପ୍ରାର୍ଥୀ ସୁନ୍ଦରଗଡ଼ର କୁସୁମ ଟେଟେ, ତଳସରାର ଭବାନୀ ଭୋଇ ଓ ରାଜଗାଙ୍ଗପୁରର ନରସିଂହ ମିଞ୍ଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ସକାଳୁ ଜୁଏଲ ନିଜ ଗାଁ ଲହୁଣିପଡ଼ା ବ୍ଲକର କେନ୍ଦୁଡିହିରେ ଘର କୁଳ ଦେବୀ, ଗାଁ ଦେବୀ ଓ ବଣାଇର ବାବା ବାଣେଶ୍ଵରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପତ୍ର ଦାଖଲ କରିବାକୁ ସୁନ୍ଦରଗଡ଼ ଅଭିମୁଖେ ବାହାରିଥିଲେ। ସୁନ୍ଦରଗଡ଼ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ।
/sambad/media/post_attachments/wp-content/uploads/2024/05/WhatsApp-Image-2024-05-02-at-1.25.48-PM-300x139.jpeg)
ସାଙ୍ଗରେ ତାଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମ ଓ ବିଜେପିର ଅନ୍ଯ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ(ସାଧାରଣ ପ୍ରଶାସନ)ଙ୍କଠାରେ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ କୁସୁମ ଟେଟେ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ (ରାଜସ୍ବ) ଙ୍କଠାରେ ରାଜଗାଙ୍ଗପୁର ବିଧାନସଭା ପ୍ରାର୍ଥୀ ନରସିଂହ ମିଞ୍ଜ, ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କଠାରେ ତଳସରା ବିଧାନସଭା ପ୍ରାର୍ଥୀ ଭବାନୀଶଙ୍କର ଭୋଇ ସମର୍ଥକଙ୍କ ସହ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/WhatsApp-Image-2024-05-02-at-1.25.50-PM-1.jpeg)