ରାଉରକେଲା: ଜିଲ୍ଲାରେ ଅଧୁରା ରେଳ ପ୍ରକଳ୍ପକୁ ଶେଷ କରିବା ସହ ସ୍ବାସ୍ଥ୍ୟ ସେବାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ କେନ୍ଦ୍ରମନ୍ତ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଇସ୍ପାତମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କୁ ସାକ୍ଷାତ କରିଛନ୍ତି। ସାଂସଦ ଶ୍ରୀ ଓରାମ ପ୍ରଥମେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଜିଲ୍ଲାରେ ପଡିଥିବା ରେଳପ୍ରକଳ୍ପଗୁଡ଼ିକୁ ଆଗେଇ ନେଇବାକୁ ଆଲାଚନା କରିଥିଲେ।
ତାଳଚେର- ବିମଳାଗଡ, ରାଉରକେଲା ସ୍ବତନ୍ତ୍ର ରେଳ ଡିଭିଜନ୍, ତୃତୀୟ ରେଳ ଲାଇନ୍ ସମେତ ଓଡ଼ିଶା ଆଭ୍ୟନ୍ତରିଣ ଅଞ୍ଚଳଗୁଡ଼ିକ ରେଳ ସେବା ପାଇଁ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦେଶର ବଡ ବଡ ସହର ସହିତ ରାଉରକେଲାକୁ ସିଧାସଳଖ ରେଳ ସଂଯୋଗ ସ୍ଥାପନ ଆଦି ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓଡ଼ିଶାର ରେଳସେବା ପ୍ରତି କୌଣସି ଅବହେଳା କରାଯିବ ନାହିଁ। ସମୟ କ୍ରମେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ସେମିତି ଇସ୍ପାତମନ୍ତ୍ରୀଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟସେବା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।
ଶ୍ରୀ ଓରାମ କହିଛନ୍ତି ଆଇଜିଏଚ୍ରେ ୨୫ ଶତାଂଶ ଡାକ୍ତର, ନର୍ସ ଓ କର୍ମଚାରୀମାନଙ୍କ ପଦବୀ ଖାଲି ଥିବା ଯୋଗୁଁ ରୋଗୀ ମାନେ ଉପଯୁକ୍ତ ସେବା ପାଇ ପାରୁ ନାହାନ୍ତି। ତେଣୁ ସେଗୁଡ଼ିକୁ ପୁରଣ କରାଯାଉ। ଆଇଜିଏଚ୍ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା। ବାର୍ଷିକ ୩ ଲକ୍ଷ ନିୟୁତ ଟନ୍ କ୍ଷମତା ଧାର୍ଯ୍ୟ ନେଇ ୨୦୨୦ ରେ ହଷ୍ଟଷ୍ଟ୍ରିପ ମିଲକୁ ଆରମ୍ଭ କରାଯାଇଥିଲେ ହେଁ ଏହା ଲକ୍ଷ୍ୟ ହୋଇପାରି ନାହିଁ। ତେଣୁ ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରାଯାଉ। ଏନ୍ଜିଏସ୍ ବୈଠକ ବସିଥିଲେ ମଧ୍ୟ ଶ୍ରମିକ ସଙ୍ଗଠନଗୁଡ଼ିକର ଦାବିରେ ପ୍ରଶାସନ ସହମତ ହୋଇପାରି ନାହିଁ। ୨୦୧୭ ଜାନୁଆରୀ ଠାରୁ ଏଯାଏ ମଜୁରି ଚୁକ୍ତିନାମା ହୋଇ ପାରି ନାହିଁ। ଶ୍ରମିକ ଅସନ୍ତୋଷ ଯୋଗୁଁ ଗତ ୩୦ ଜୁନ୍ରେ ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ଧର୍ମଘଟ କରାଯାଇଥିଲା। ବୈଠକ ଠାକି ଏହି ସମସ୍ୟାର ସମାଧାନ କରାଯାଉ। ଡିପ୍ଲୋମା ଇଞ୍ଜିନିୟରମାନଙ୍କର ପଦବୀ ପରିବର୍ତ୍ତନ ଇତ୍ୟାଦି। ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଶ୍ରୀ ଓରାମ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/5e293bfe-2a52-4158-b07c-6f189817f2c4.jpg)