ନବୀନ ନିବାସରେ ଯୁଗଳ

ଭୁବନେଶ୍ବର : ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ କଟିବା ପରେ ଭଦ୍ରକ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଯୁଗଳ କିଶୋର ପଟ୍ଟନାୟକ ଶନିବାର ଦିନ ନବୀନ ନିବାସ ଆସିଥିଲେ। ତାଙ୍କ ସହ ପୁଅ ଅସିତ ପଟ୍ଟନାୟକ ମଧ୍ୟ ଥିଲେ। ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସହ ଗୋଟିଏ ଗାଡ଼ିରେ ଯୁଗଳ ନବୀନ ନିବାସ ଭିତରକୁ ଗଲେ। କିନ୍ତୁ ସେଠାରେ ବିଜେଡି ସୁପ୍ରିମୋଙ୍କୁ ଭେଟିଲେ କି ନାହିଁ ସେ ନେଇ ଗଣମାଧ୍ୟମକୁ କିଛି ବି ପ୍ରତିକ୍ରିୟା ନ ଦେଇ ଶ୍ରୀ ପଟ୍ଟନାୟକ ଚାଲି ଯାଇଥିଲେ।

ସୂଚନାଯୋଗ୍ୟ ଯେ ଭଦ୍ରକ ବିଧାନସଭା ପାଇଁ ଦଳୀୟ ଟିକେଟ୍ ପୁଅ ଅସିତଙ୍କୁୁ ଦେବା ନିମନ୍ତେ ଯୁଗଳ ପୂର୍ବରୁ ଦଳର ସଭାପତିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଭଦ୍ରକ ପାଇଁ ସଞ୍ଜୀବ ମଲ୍ଲିକଙ୍କୁ ଦଳୀୟ ଟିକେଟ୍‌ ମିଳିଛି। ଏଥିରେ ଯୁଗଳ ଅସନ୍ତୁଷ୍ଟ ଥିବାରୁ ସେ ବିଜେଡିରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ନବୀନ ନିବାସରେ କିପରି ତାଙ୍କ ମାନଭଞ୍ଜନ କରାଯାଇଛି, ସେ ସମ୍ପର୍କରେ ସୂଚନା ମିଳି ନାହିଁ।

ସମ୍ବନ୍ଧିତ ଖବର