ଢେଙ୍କାନାଳ: ବାହାର ଦୁନିଆ ଦେଖିବା ପୂର୍ବରୁ ମା’ ପେଟରେ ହାତୀ ଶବକର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲାର ସଦର ଥାନା ଅଞ୍ଚଳରେ ଶନିବାର ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ ଆଘାତରେ ଶନିବାର ସକାଳୁ ୭ଟି ହାତୀଙ୍କ ମୃତ୍ୟୁ ପରେ ପୋଷ୍ଟମର୍ଟମ ରିପୋର୍ଟ ସମୟରେ ଏହି ଘଟଣା ଜଣାପଡ଼ିଛି।

Advertisment

ହାତୀ ଶାବକ ଜନ୍ମ ହେବା ପୂର୍ବରୁ ମା’ ପେଟରେ ମରି ଯାଇଛି। କଥା କହି ପାରୁ ନଥିଲେ ମଧ୍ୟ ହାତୀମାନେ ମନୁଷ୍ୟଙ୍କ ଅପେକ୍ଷା ବେଶୀ ବୁଦ୍ଧିମାନ। ଦୁର୍ଘଟଣା ପରେ ମୃତ ହାତୀମାନଙ୍କ ବ୍ୟବଚ୍ଛେଦ ଚାଲିଛି। ଏହି ସମୟରେ ୧୪ ଜଣିଆ ହାତୀ ପଳ ମୃତ ହାତୀ ପଡ଼ିଥିବା ସ୍ଥାନକୁ ମୁହାଁଇଛନ୍ତି। ଫଳରେ ଗ୍ରାମର ଲୋକେ ଏବଂ ବନ ବିଭାଗର କର୍ମଚାରୀମାନେ ଆତଙ୍କିତ ହୋଇ ଯାଇଛନ୍ତି। ବନ ବିଭାଗର କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଘଟଣାସ୍ଥଳରୁ ଦୂରକୁ ଚାଲି ଆସିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କମଳାଙ୍ଗ ଠାରେ ଏକ ଘରୋଇ କମ୍ପାନୀର ମାଲ ପରିବହନ ପାଇଁ ରେଳ ଟ୍ରାକ୍‌ କାମ ଚାଲିଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥା ତାର ଶ୍ରମିକମାନଙ୍କ ପାଇଁ ଏଲଟି ଲାଇନ୍‌ ଟାଣିଛି। ତେବେ କୌଣସି କାରଣରୁ ଏହି ଏଲଟି ଲାଇନ୍‌ ଛିଡ଼ିଯାଇ ଖୁଣ୍ଟକୁ ଚାର୍ଜ କରି ଦେଇଛି। ତେବେ ଯେଉଁ ସ୍ଥାନରେ ଏଲଟି ଲାଇନ ଟଣାଯାଇଛି, ସେହି ବାଟ ଦେଇ ହାତୀ ଚଳାଚଳ କରନ୍ତି। ତେଣୁ ଗତକାଲି ବିଳମ୍ବିିତ ରାତିରେ ହାତୀ ପଲ୍ଲ ଯାଉଥିବା ବେଳେ ବିଦ୍ୟୁତ ତାର ଆଘାତରେ ସମସ୍ତ ୭ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।