ରାଉରକେଲା/କୋଇଡା: ସୁନ୍ଦରଗଡ ଜିଲ୍ଲା କୋଇଡ଼ା ରେଞ୍ଜ ଗଣୁଆ ଫରେଷ୍ଟ ମାଲଦା ଗ୍ରାମ ନିକଟ ସାଗୁଆନ ଜଙ୍ଗଲରେ ପଡି ରହିଛି ଛୁଆ ହାତୀର ମୃତ ଦେହ। ହାତୀ ଶାବକର ଦୁଇ ଦିନ ପୂର୍ବରୁ ଜନ୍ମ ହୋଇଥିବା ଅନୁମାନ କରାଯାଉଥିବା ବେଳେ କେଉଁ କାରଣ ଯୋଗୁଁ ଶାବକ ହାତୀର ମୃତ୍ୟୁ ହେଲା ତାହା ଏବେ ସନ୍ଦେହଜନକ।

Advertisment

ଗୋଟିଏ ଦିନ ପୂର୍ବରୁ ଛୁଆ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ। ଅଧିକ ତଦନ୍ତ ପାଇଁ ରାଉରକେଲା ଆରସିସିଏଫ, ବଣାଇ ଡିଏଫଓ ଏବଂ କୋଇଡା ରେଞ୍ଜର ଘଟଣା ସ୍ଥଳରେ ପହଁଚିଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ମା ହାତୀ ଗର୍ଭପାତ କରିଥିବା ପାରିପାର୍ଶିକ ସ୍ଥିତିରୁ ଅନୁମାନ କରାଯାଉଛି।