ଡୁଡୁକା : ବଲାଙ୍ଗୀର ବନ ବିଭାଗ ହାତୀକୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଗଲପୁର (ଡୁଡୁକା) ବ୍ଲକ ଅଞ୍ଚଳରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଗତ ୧୬ ତାରିଖ ଦିନ କେଶାଇପାଲି ଛେଳିଆ ଜଙ୍ଗଲ ନିକଟରେ ହାତୀଟିର ମୃତ ଶରୀର ଡୁଡୁକା ଗ୍ରାମର କାଠ ଜାଳେଣି ସଂଗ୍ରହ ପାଇଁ ଯାଇଥିବା ଲୋକମାନେ ଜଙ୍ଗଲରେ ଦେଖିବାକୁ ପାଇଥିଲେ। ଖବର ପାଇ ଫରେଷ୍ଟ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରିବା ପରେ ପୋଡି ଦେଇଛନ୍ତି। ଏହି ଦନ୍ତାହତୀଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ କେହି ଦୁବୃର୍ତ୍ତ ହାତୀକୁ ଗୁଳିକରି ହତ୍ୟା କରିଥିବା ଜଣା ପଡିଛି।
ପୁଣି ଏକ ଦନ୍ତା ହାତୀର ମୃତ୍ୟୁ
/sambad/media/post_attachments/wp-content/uploads/2018/03/ele-f-1.jpg)