୨୪ରୁ ଜୁନାଗଡ଼- ଭୁବନେଶ୍ବର ଟ୍ରେନ୍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ବହୁଦିନର ଦାବି ଶେଷରେ ପୂରଣ ହେବାକୁ ଯାଉଛି। ଆସନ୍ତା ୨୪ ତାରିଖ ଠାରୁ ହୀରାଖଣ୍ଡ ଏକ୍ସପ୍ରେସ ଜୁନାଗଡ଼ରୁ ଭୁବନେଶ୍ବର ଯିବ। ଜଗଦଲପୁରରୁ ଲିଂକ ଆସିବା ପରେ ହୀରାଖଣ୍ଡ ଏକ୍ସପ୍ରେସ ରାୟଗଡା ଛାଡୁଥିଲା। ଫଳରେ ଯାତ୍ରୀମାନେ ରାତିରେ ରାୟଗଡା ଷ୍ଟେସନରେ ଅଟକି ରହୁଥିଲେ। ଆସନ୍ତା ୨୪ ତାରିଖ ଠାରୁ ଏହି ଟ୍ରେନ ପାଇଁ ଜଗଦଲପୁର ଲିଂକକୁ ରାୟଗଡା ଷ୍ଟେସନରେ ଅପେକ୍ଷା କରିବାକୁ ପଡିବ ନାହିଁ। ୨୪ ତାରିଖ ଦିନ ଟ୍ରେନ ନଂ ୧୮୪୩୮କୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ବିରୋଧୀ ଦଳନେତା ତଥା ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ, ଜୁନାଗଡ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ରେଲବାଇ ଡିଆରଏମ ଜୟଦୀପ ଗୁପ୍ତା ଏହି ଟ୍ରେନକୁ ଆନୁଷ୍ଠାନିକ ଭାବରେ ଜୁନାଗଡ ରେଳ ଷ୍ଟେସନରେ ଅପରାହ୍ନରେ ୪ଟାରେ ଉଦ୍‌ଘାଟନ କରିବେ ବୋଲି ରେଳବାଇ ଲୋକ ସମ୍ପର୍କ ଅଧିକାରୀ ନିହାର ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର