ଭୁବନେଶ୍ୱର: ସମଗ୍ର ବିଶ୍ୱ ଓ ଭାରତ ସହିତ ଓଡ଼ିଶାରେ କରୋନା ଭାଇରସ୍ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଲୋକେ ସତର୍କ ନ ରହିଲେ ଆଗାମୀ ଦିନରେ ଯେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିହେବ ନାହିଁ। କରୋନା ମୁକାବିଲା ପାଇଁ ଜୁନ ମାସ ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏହା କହିଛନ୍ତି। ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍ଚୀ କହିଛନ୍ତି, ରାଜ୍ୟରେ ପ୍ରଥମ କରୋନା ପଜିଟିଭ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲା। ତେଣୁ ସଂକ୍ରମଣ ଆସିବା ୩ ମାସ ଟପି ଯାଇଛି। ଜୁନ ହେଉଛି ଏ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଏହି ମାସରେ ରାଜ୍ୟ କୋଭିଡ୍ ଯୁଦ୍ଧର ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ପାଇଁ ଜୁନ ମାସଟି ନିର୍ଣ୍ଣାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗତ କିଛି ସପ୍ତାହ ମଧ୍ୟରେ ଓଡ଼ିଶାକୁ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଆସିଛନ୍ତି। ଏହାର ପ୍ରଭାବ କିଭଳି ରହିବ ତାହା ଆଗାମୀ ୧୫ ଦିନ ମଧ୍ୟରେ ଜଣାପଡ଼ିଯିବ। ଅନ୍ୟପଟରେ ଜୁନରେ ମୌସୁମୀ ଆସୁଥିବା ପୂର୍ବରୁ ସତର୍କ ରହିବାକୁ ପଡ଼ିବ। ପ୍ରଥମ ୩ଟି ପର୍ଯ୍ୟାୟର କର୍ଣ୍ଣଧାର ଥିଲେ ସରକାର। ଚତୁର୍ଥ ପର୍ଯ୍ୟାୟର କର୍ଣ୍ଣଧାର ହେବେ ପ୍ରତି ପରିବାରର ସଦସ୍ୟ। ଆମକୁ ଆତ୍ମ ସଚେତନ ହେବାକୁ ପଡ଼ିବ। ସଫା ମାସ୍କଟିଏ ପିନ୍ଧିବାକୁ ବହୁ ଅର୍ଥ ଦରକାର ପଡୁନାହିଁ। ସାମାଜିକ ଦୂରତା ରଖି ଚଳପ୍ରଚଳ ହେବା ବଡ଼ କଥା ନୁହେଁ। ଏବେ ଆମକୁ ସତର୍କର ସହିତ ପରିଚାଳିତ ହେବାକୁ ଅଛି। ଆଜି ସଟ୍ଡାଉନରେ ଘରେ ରହିଲେ କିଛି ଅସୁବିଧା ନୁହେଁ। ଦିନକୁ ୩୦ ଘଣ୍ଟା। ମାସକୁ ୭୨୦ ଘଣ୍ଟା। ଦିନକୁ ୧୦ ଘଣ୍ଟା ନଯାଇ ଓ ସପ୍ତାହରେ ୨ଦିନ ବାହାରକୁ ନ ଗଲେ କିଛି ଅସୁବିଧା ନାହିଁ। ଆମେ ୪୯୨ ଘଣ୍ଟା କରୋନା ଠାରୁ ଦୂରରେ ରହିପାରିବା।
ମାର୍ଚ୍ଚ ୧୩, ୨୦୨୦ରେ ମୁଖ୍ୟମନ୍ତ୍ରୀ ବିଧାନସଭାକୁ ପ୍ରଥମ ଥର ପାଇଁ କୋରାନା ନେଇ ସୂଚିତ କରିଥିଲେ। ଓଡ଼ିଶାର ଲୋକେ ଏ ବାବଦରେ ଜାଣି ନ ଥିଲେ। ସେହି ସମୟରେ ଦେଶରେ ୮୨ ଜଣ କରୋନା ପଜିଟିଭ ଥିଲେ। ଓଡ଼ିଶା ସରକାର କରୋନାକୁ ବିପର୍ଯ୍ୟୟ ଘୋଷଣା କରିଥିଲେ। ଆରମ୍ଭ ହୋଇଗଲା ନମୁନା ପରୀକ୍ଷା ଓ କୋଭିଡ ହସ୍ପିଟାଲ ନିର୍ମାଣ।
ସେ କହିଥିଲେ,କରୋନାର ପ୍ରତରୋଧ ଅଛି କିନ୍ତୁ ପ୍ରତିଷେଧକ ନାହିଁ। କରୋନା ନିମୋନିଆ ଭଳି ଏକ ରୋଗ ସତ କିନ୍ତୁ ବିଜଳୁି ବଗେରେ ବ୍ୟାପେ । କରୋନାରେ ସର୍ବାଧିକ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଉଛି। ସ୍ୱଚ୍ଛତା, ସାମାଜିକ ଦୂରତ୍ୱ, ଗର୍ଭବତୀ, ବୃଦ୍ଧଙ୍କୁ ଦୂରରେ ରଖିପାରିଲେ ଆମେ କରୋନାରୁ ମୁକ୍ତି ପାଇପାରିବା। ରାଜ୍ୟ ସରକାର ସେତେବେଳେ ୮ଟି ସହର ୫ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତା, ୨ୟ ପର୍ଯ୍ୟାୟରେ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଫେରନ୍ତା, ୩ୟ ପର୍ଯ୍ୟାୟରେ ବାହାର ରାଜ୍ୟର ଫେରନ୍ତାଙ୍କ ପାଇଁ ରାଜ୍ୟରେ କରୋନା ବ୍ୟାପଛି, ତେଣୁ ଚତୁର୍ଥ ପର୍ଯ୍ୟାୟ ଆମ ସମସ୍ତଙ୍କର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବାଗ୍ଚୀ ସୂଚନା ଦେଇଛନ୍ତି।
ପ୍ରଥମ ୩ଟି ପର୍ଯ୍ୟାୟ ପରେ ଆସିଛି ଜୁନ ମାସ। ଏହି ଚତୁର୍ଥ ପର୍ଯ୍ୟାୟ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହା ହେଉଛି ସମ୍ବେଦନଶୀଳର ସମୟ। ଏବେ ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଜୀବନ ଓ ଜୀବୀକା ମଧ୍ୟରେ ନ୍ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏପରି ପରିସ୍ଥିତିରେ କରୋନା ଭାଇରସ ଜଙ୍ଗଲର ମଣିଷଖିଆ ବାଘ ପରି ଆସିଛି। ଜୀବିକାକୁ ସାଧାରଣ ପରିସ୍ଥିତିକୁ ନେଇ ଆସିଲେ ବ୍ୟକ୍ତି ଓ ଗୋଷ୍ଠୀସ୍ତରରେ ଅନୁଶାସନ କୋହଳର ଭୟ ସୃଷ୍ଟି ହେଉଛି। ଲକଡାଉନର ଅର୍ଥ ନୁହେଁ, ଅଲ୍ କ୍ଲିୟର। ଯୁଦ୍ଧ ସମୟରେ ଶତ୍ରୁ ଯିବା ପରେ ଅଲ୍ କ୍ଲିୟର ସୂଚନା ଦିଆଯାଏ। କିନ୍ତୁ ସରକାର ଲକଡାଉନ କୋହଳ କରି ଦେଲେ ବୋଲି ଏହା ଅଲ୍ କ୍ଲିୟର ହୋଇ ନାହିଁ।
ଯୁକ୍ତରାଷ୍ଟ୍ର ଆମେରିକାରେ ୨ ମାସ ଭିତରେ ୧୩ ହଜାର ୮୯୮ ଜଣ ଲୋକ କେରାନା ଭାଇରସରେ ସଂକ୍ରମିତ ହୋଇଥିଲେ। ଏହାର ୧୫ ଦିନ ପରେ ଏହି ସଂଖ୍ୟା ୨ ଲକ୍ଷ ୮୩ ହଜାର ୪୭୭ରେ ପହଞ୍ଚିଥିଲା । ଆଜି ସୁଦ୍ଧା ଆମେରିକାରେ ୧୯ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହେବା ପରେ ୬ଷ୍ଠ ସ୍ଥାନରେ ଅଛି। ଭାରତରେ ବିସ୍ଫୋରକ ରୂପ ନେବାର ଆଶଙ୍କା ସୃଷ୍ଟି ହୋଇଛି।